ଦେବଗଡ଼ ମହାବିଦ୍ୟାଳୟ ଅଧ୍ୟକ୍ଷ ନିଲମ୍ବିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଅବସର ନେବାର ଦିନକ ପୂର୍ବରୁ ନିଲମ୍ବିତ ହୋଇଛନ୍ତି । ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀଙ୍କ ଅବସରକାଳୀନ ପ୍ରାପ୍ୟ ସମ୍ବନ୍ଧିତ କାଗଜପତ୍ର ପୈଠ ପାଇଁ ଉଚ୍ଚ ଶିକ୍ଷା ବିଭାଗର ବାରମ୍ବାର ନିର୍ଦ୍ଦେଶ ସତ୍ୱେ ଜାଣିଶୁଣି ଅବହେଳା କରିବା ସହ ନିର୍ଦ୍ଧାରିତ ସମୟରେ ଉଚ୍ଚ ଶିକ୍ଷା ବିଭାଗରେ ପୈଠ ନ କରିବା ଯୋଗୁ ଶ୍ରୀ ନାୟକ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ବ୍ୟକ୍ତିଗତ ଆକ୍ରୋଶ ଯୋଗୁ ପୂର୍ବତନ ଅଧ୍ୟକ୍ଷାଙ୍କୁ ଜାଣିଶୁଣି ନିଲମ୍ବିତ ଅଧ୍ୟକ୍ଷ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଅନ୍ୟପଟେ ନିଲମ୍ବିତ କଲେଜ ଅଧ୍ୟକ୍ଷ ଅଶୋକ ନାୟକ ଆଜି ଅବସର ନେବେ ।