Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦାବିପୂରଣ ନେଇ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚର ଧାରଣା ୭ ଦିନରେ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦାବିପୂରଣ ନେଇ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚର ଧାରଣା ୭ ଦିନରେ

ଭୁବନେଶ୍ବର,ଏନ୍ଏନ୍ଏସ୍: ବିଧାନସଭା ସମ୍ମୁଖସ୍ଥ ଲୋୟର ପିଏମ୍‌ଜି ଧାରଣାସ୍ଥଳରେ ୨ ଦଫା ଦାବି (୧) ପ୍ରାଥମିକ ଶିକ୍ଷକଙ୍କ ମୂଳ ଦରମା ୨୮୦୦ ଗ୍ରେଡ୍‌ ପେ (୨) ୬ ବର୍ଷ ଠିକା ଅବଧିକୁ ମୂଳ ଚାକିରିରେ ଯୋଗ ସହ ୬ଟି ନୋସନାଲ୍ ଇନକ୍ରିମେଣ୍ଟ ପ୍ରଦାନ ପୂରଣ ନେଇ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ ତରଫରୁ ଗତ ୨୪ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ “ଗଣଧାରଣା” ଚାଲୁ ରହିଛି। ଶିକ୍ଷାଧିକାର ଆଇନ୍ ୨୦୧୯ ତଥା ଓଡ଼ିଶା ରାଜ୍ୟ ନିୟମ ୨୦୧୦ ଆଧାରରେ କାର୍ଯ୍ୟରତ ତଥା ନୂତନ ନିଯୁକ୍ତ ପ୍ରାଥମିକ ଶିକ୍ଷକଙ୍କ ଯୋଗ୍ୟତା ମାଟ୍ରିକ୍ ସିଟିରୁ +୨ ସିଟିକୁ ଉନ୍ନୀତ ହୋଇ ଯାଇଅଛି। ୨୦୧୮ ମସିହାରୁ ଏହି ଯୋଗ୍ୟତାରେ ପ୍ରାୟ ୧,୩୬୦୦୦ରୁ ଉର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକ ରାଜ୍ୟର ବିଭିନ୍ନ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ। ଶିକ୍ଷାଗତ ଯୋଗ୍ୟତା ବୃଦ୍ଧିକୁ ଶିକ୍ଷକମାନେ ସ୍ୱାଗତ କରି ଗ୍ରେଡ଼୍ ପେ ୨୨୦୦ ଟଙ୍କାରୁ ୨୮୦୦ ଟଙ୍କାକୁ ବୃଦ୍ଧି କରିବାକୁ ୨୦୧୭ ମସିହାରୁ ଦାବୀ କରି ଆସୁଛନ୍ତି।

୨୦୧୭ ମସିହା ନଭେମ୍ବର ୭ ତାରିଖରେ ୨୮୦୦ ଗ୍ରେଡ଼୍ ପେ ପ୍ରାଥମିକ ଶିକ୍ଷକଙ୍କୁ ପ୍ରଦାନ ପାଇଁ ଏକ ବିଶାଳ ଆନ୍ଦୋଳନ ହୋଇଥିଲା ତଥା ତତ୍‌କାଳୀନ ଗଣଶିକ୍ଷା ମନ୍ତ୍ରୀ ଏହାର ଗୁରୁତ୍ୱ ଅନୁଭବ କରି ୨୮୦୦ ଗ୍ରେଡ଼୍ ପେ ସରକାରଙ୍କ ସକ୍ରିୟ ବିଚାରାଧିନ ଅଛି ବୋଲି ଲିଖିତ ପ୍ରତିଶ୍ରୁତି ଦେବା ସହ ଉଚ୍ଚସ୍ତରୀୟ କମିଟିରେ ଏହାର ବିଚାର ହୋଇ ପୂରଣ କରାଯିବ ବୋଲି କହିଥିଲେ। ମାତ୍ର ତାହା ଆଜି ପର୍ଯ୍ୟନ୍ତ ୬ ବର୍ଷ ହେଲାଣି ପାଳନ ହୋଇନାହିଁ।

୨୦୧୯ ତ୍ରୁଟିପୂର୍ଣ୍ଣ କ୍ୟାଡର ରୁଲ୍ ପ୍ରଚଳନ କରି ପ୍ରାଥମିକ ଶିକ୍ଷକଙ୍କ ମୂଳ ଦରମା ୨୮୦୦ ଗ୍ରେଡ଼୍ ପେ ପାଇବାର ସ୍ୱପ୍ନକୁ ଧୂଳିସାତ୍ କରାଯାଇଛି। ଇତି ମଧ୍ୟରେ ଅନେକ ଥର ଆନ୍ଦୋଳନ ଓ ଦାବୀ କରାଯାଇଥିଲେ ମଧ୍ୟ ସରକାର ଏହାକୁ ଅଣଦେଖା କରିଛନ୍ତି। ୨୦୨୨ ନଭେମ୍ବର ମାସରେ ମଧ୍ୟ ଲକ୍ଷାଧିକ ଶିକ୍ଷକ ଦାବୀ ପୂରଣ ପାଇଁ ରାଜରାସ୍ତାରେ ଓହ୍ଲାଇଥିଲେ ତଥା ସରକାର ଏକ ମୁଖ୍ୟ ଶାସନ ସଚିବ ସ୍ତରୀୟ କମିଟି ଗଠନ କରାଯାଇ ସମସ୍ୟାର ସମାଧାନର ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାହା ଆଜି ଯାଏଁ କାର୍ଯ୍ୟକାରୀ ହୋଇନାହିଁ। ୨୨ଟି ରାଜ୍ୟରେ ଶିକ୍ଷକମାନେ ୪୨୦୦ ଗ୍ରେଡ଼୍ ପେ ପାଉଥିବା ବେଳେ ଓଡ଼ିଶାରେ ୨୨୦୦ ଗ୍ରେଡ଼୍ ପେ ପାଉଛନ୍ତି।

ଗତ ୧୬.୧୦.୨୦୨୨ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଠିକା ନିଯୁକ୍ତି ଉଚ୍ଛେଦ ହୋଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକଙ୍କ କ୍ଷେତ୍ରରେ ତାହା ଲାଗୁ ହୋଇନାହିଁ। ଅନ୍ୟ ନିୟମିତ ହୋଇଥିବା ଠିକା କର୍ମଚାରୀଙ୍କ ପରି ପ୍ରାଥମିକ ଶିକ୍ଷକଙ୍କ କ୍ଷେତ୍ରରେ ୬ ବର୍ଷର ଠିକା ଅବଧିକୁ ଯୋଗ କରାଯାଇ ନାହିଁ ତଥା ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରାଯାଇ ନାହିଁ। ପ୍ରତିଶ୍ରୁତି ଦେବା ତଥା କାର୍ଯ୍ୟକାରୀ ନକରିବା ଗଣ ଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷକଙ୍କ ପ୍ରତି ଅବହେଳାର ଉଦାହରଣ। ଏହି ଧାରଣାରେ କଟକ, ଜଗତସିଂହପୁର, ଢେଙ୍କାନାଳ, ପୁରୀ, କଳାହାଣ୍ଡି, ଭଦ୍ରକ, ବାଲେଶ୍ୱର ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ।