ସ୍କିଲୋସିସ୍‌ ସଚେତନତା ଦିବସ ପାଳନ ଅବସରରେ ଫଟୋପ୍ରଦର୍ଶନୀ

ଭୁବନେଶ୍ବର,ଏନ୍‌ଏନ୍ଏସ୍: ସ୍ଵାଭିମାନ ପକ୍ଷରୁ ମଙ୍ଗଳବାର ଏକାଧିକ ସ୍କିଲୋସିସ୍ ସଚେତନତା ଦିବସ ଅବସରରେ ଏକ ଭିନ୍ନ ଧରଣର ଫଟୋପ୍ରଦର୍ଶନୀ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନିରେ ଏକାଧିକ ସ୍କିଲୋସିସ୍ ଏବଂ ପାର୍କିନସନ୍ ବ୍ୟାଧିର କାରଣ, ଲକ୍ଷଣ ତଥା ଚିକିତ୍ସା ସମ୍ପର୍କିତ ସବିଶେଷ ତଥ୍ୟ ଏକ ଭିନ୍ନ ରୂପରେ ଉପସ୍ଥାପନା କରାଯାଇଛି। ଏହି ପ୍ରଦର୍ଶନିରେ ଏକ ଭିନ୍ନ ଧରଣର କୁଇଜ୍ ମାଧ୍ୟମରେ ଅତିଥି ମାନଙ୍କ ମଧ୍ୟରେ ଅଧିକ ଜାଣିବାର ଆଗ୍ରହ ସୃଷ୍ଟି କରାଯାଇଥିଲା। ଏହି ଦୁଇ ରୋଗକୁ ନୂଆ କରି ଭିନ୍ନକ୍ଷମ ଅଧିକାର ସୁରକ୍ଷା ଆଇନ୍ ୨୦୧୬ ଅନୁଯାୟୀ ଅନ୍ତର୍ଭୁକ୍ତ କରାଯାଇଛି। ତେଣୁ ଉକ୍ତ ବ୍ୟକ୍ତିବିଶେଷ ଏହି ନିୟମର ସମସ୍ତ ସୁବିଧା ସୁଯୋଗ ମଧ୍ୟ ପାଇପାରିବେ। ଭୁବନେଶ୍ୱରର ଭିନ୍ନଭିନ୍ନ କଲେଜର ଛାତ୍ରଛାତ୍ରୀ ତଥା ଭିନ୍ନକ୍ଷମ ଶିଶୁ ଏବଂ ଯୁବକ ଏବଂ ସେମାନଙ୍କର ଅଭିଭାବକ ମାନେ ଉତ୍କଣ୍ଠାର ସହିତ ଏହି ପ୍ରଦର୍ଶନୀ ବୁଲି ଦେଖିଥିଲେ ଏବଂ ନିଜର ମତ ଦେଇଥିଲେ।