Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସୋସିଆଲ ମିଡିଆ କମେଣ୍ଟରୁ ଫୁଟିଲା ଗୁଳି, ବନ୍ଧା ହେଲେ ୬ ଅଭିଯୁକ୍ତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସୋସିଆଲ ମିଡିଆ କମେଣ୍ଟରୁ ଫୁଟିଲା ଗୁଳି, ବନ୍ଧା ହେଲେ ୬ ଅଭିଯୁକ୍ତ

ବାଲେଶ୍ବର: ସୋସିଆଲ ମିଡିଆ କମେଣ୍ଟରୁ ଫୁଟିଲା ଗୁଳି । ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ଅଧିନ ରେମୁଣା ଗୋଲେଇ ନିକଟରେ ଦୁଇଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସୋସିଆଲ ମିଡିଆରେ ରିଲ୍ସ କରୁଥିବା ଜଣେ ଯୁବକ ରହିଛନ୍ତି । ଯିଏ କି ରିଲ୍ସ ଦ୍ୱାରା ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ବେଶ ଭାଇରାଲ ଥିଲେ । ଏନେଇ ବାଲେଶ୍ଵର ଏସପି ସାଗରିକା ନାଥ ଶିଳ୍ପାଞ୍ଚଳ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମସ୍ତ ସୂଚନା ପ୍ରଦାନ କରିଛନ୍ତି ।

ଏସପିଙ୍କ ସୂଚନା ଅନୁସାରେ, ସୋସିଆଲ ମିଡିଆରେ ଅନ୍‌ଟାଲେଣ୍ଟଡ୍‌ ଗାଏ ନାମକ ଏକ ଚ୍ୟାନେଲ କରିଥିବା ଜଣେ ଯୁବକଙ୍କ କୌଣସି କଥାରେ କମେଣ୍ଟକୁ ନେଇ ମନ୍ଦାପରପୁର ଅଞ୍ଚଳର ପିଙ୍କୁ ଦାସ ଓ ନିଆଁବାଗ ଅଞ୍ଚଳର ଅମିତ ଦାସଙ୍କ ସହ କଥା କଟାକଟି ହୋଇଥିଲା । ଗତ ୨୪ ତାରିଖରେ ପିଙ୍କୁ ଓ ଅମିତକୁ ଅଭିଯୁକ୍ତମାନେ ରେମୁଣା ଗୋଲେଇ ନିକଟକୁ ଡାକିଥିଲେ । ଉଭୟଙ୍କ ମଧ୍ୟରେ ବଚସା ଓ ଝଗଡା ହେବାପରେ ପିଙ୍କୁ ଓ ଅମିତଙ୍କୁ ଅପରପକ୍ଷର ଯୁବକମାନେ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ଗୁଳି ଚାଳନା କରିଥିଲେ । ଏଥିରେ ପିଙ୍କୁ ଓ ଅମିତ ଦୁଇଜଣ ଗୁରୁତର ହୋଇଥିଲେ ।

ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହାକୁ ନେଇ ବାଲେଶ୍ଵର ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଡ଼ିପିଓଙ୍କ ନେତୃତ୍ୱରେ ଦୁଇଟି ଟିମ୍‌ ଗଠନ କରାଯାଇଥିଲା । ଦୁଇଟି ଟିମ୍‌ରୁ ଗୋଟିଏ ଟିମ୍‌ ବାଲେଶ୍ଵର, ସୋର, ନୀଳଗିରି ଅଞ୍ଚଳରେ ଓ ଅନ୍ୟ ଟିମଟି ବାଲେଶ୍ଵର ବାହାରେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ନିୟୋଜିତ ରହିଥିଲେ ।ଶେଷରେ ଫେରାର ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରିବା ସହ Untalented guy ଚ୍ୟାନେଲ ଚଳାଉଥିବା ଯୁବକଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବାଇକ୍‌, ଗୋଟିଏ ସ୍କୁଟି, ୭ଟି ମୋବାଇଲ, ଖୋକା, ଗୋଟିଏ ପିସ୍ତଲ ମଧ୍ୟ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଉଦିତ ଚନ୍ଦନ ନାୟକ, ସରୋଜ ବେହେରା, ଅଭିଷେକ ସ୍ୱାଇଁ, କରଣ କୁମାର ବରୁଆ, ସୁରେଶ ଚନ୍ଦ୍ର ବେହେରା ଏବଂ ରାହୁଲ କୁମାର ଦାସ ।

ସମସ୍ତ ଅଭିଯୁକ୍ତ ୧୭ ବର୍ଷରୁ ୨୩ ବର୍ଷ ବୟସ ଭିତରେ ହୋଇଥିବା ବେଳେ ଏହି ଗୁଳିକାଣ୍ଡ ସୋସିଆଲ ମିଡିଆ ପାଇଁ ହିଁ ହୋଇଥିବା ପୋଲିସ ପ୍ରକାଶ କରିଛି। ଏହାସହ ସମ୍ପୃକ୍ତ ଯୁବକଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରିବା ପାଇଁ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୋସିଆଲ ମିଡିଆରେ ନିଜର ଫଲୋଅର ବଢ଼ାଇବା ଓ ଅଧିକ କମେଣ୍ଟ ଆଶାରେ ଅପରାଧିକ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି ଆଜିର ଯୁବପୀଢି ।ଏମିତିକି ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଉଦିତ ମଧ୍ୟ Untalented guy ନାମକ ଚ୍ୟାନେଲରେ ନାନା ପ୍ରକାର ଖରାପ ଭାଷା ବ୍ୟବହାର କରିବା ଓ ଏକ ଗୀତରେ ବନ୍ଧୁକ ବ୍ୟବହାର କରି ଦାଦାଗିରି ଅନ୍ଦାଜରେ ନଜର ଆସିବା ଭଳି ଘଟଣା ଦେଖିବାକୁ ମିଳିଥିଲା । ତେବେ ସୋସିଆଲ ମିଡିଆ ଜମାନାରେ ନିଜକୁ ଅଧିକ ସକ୍ରିୟ ରଖିବା ପାଇଁ ଚେଷ୍ଟା କରୁଥିବା କେତେକ ଯୁବବର୍ଗ ସାମାନ୍ୟ କମେଣ୍ଟ ପାଇଁ ଗୁଳିକାଣ୍ଡ ଭଳି କାମ କରିବାକୁ ପଛାଉ ନାହାନ୍ତି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବାଲେଶ୍ଵର ଏସପି ପ୍ରକାଶ କରିଛନ୍ତି ।