ନୂଆ ସଂସଦ ଭବନ ରାଷ୍ଟ୍ରପତି ଉଦଘାଟନ ମାମଲାକୁ ସୁପ୍ରିମକୋର୍ଟଙ୍କ ଖାରଜ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ରାଷ୍ଟ୍ରପତି ଉଦଘାଟନ କରିବାକୁ ନେଇ ଦାୟର ହୋଇଥିବା ମାମଲାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଉକ୍ତ ମାମଲାର ଶୁୂଣାଣୀ କରିବାକୁ କୋର୍ଟ ବାରଣ କରିବା ସହ ଦାୟରକାରୀଙ୍କୁ ଗାଳି ମଧ୍ୟ ଦେଇଥିଲେ । ସୁପ୍ରିମକୋର୍ଟର ୨ ଜଜ୍ ଜନସ୍ୱାର୍ଥ ମାମଲା ଦାୟର କରିଥିବା ଓକିଲଙ୍କୁ କହିଥିଲେ ଯେ, ଆମେ ଜାଣିଛୁ ଏହି ପିଟିସନ କାହିଁକି ଦାଖଲ ହୋଇଛି । ଏମିତି ପିଟିସନକୁ ଦେଖିବା ସୁପ୍ରିମକୋର୍ଟଙ୍କ କାମ ନୁହେଁ ।

ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, ଆମେ ଏହି ମାମଲାରେ ଦଖଲ ଦେବାକୁ ଚାହୁଁନାହୁଁ । ଆପଣ ଯଦି ଚାହୁଁଛନ୍ତି ତେବେ ହାଇକୋର୍ଟ ଯାଇପାରିବେ । କିନ୍ତୁ ଦାୟରକାରୀ ହାଇକୋର୍ଟ ଯିବା ବଦଳରେ ମାମଲା ପ୍ରତ୍ୟାହାର କରିବାକୁ ସ୍ଥିର କରିଛନ୍ତି ।