ଅଷ୍ଟ୍ରେଲିଆ ପହଞ୍ଚିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସପ୍ତାହକ ବିଦେଶ ଗସ୍ତ ଅନ୍ତର୍ଗତ ଅଷ୍ଟ୍ରେଲିଆର ସିଡନୀ ପହଞ୍ଚିଛନ୍ତି । ସେଠାରେ ଭାରତ ପାଇଁ ଅଷ୍ଟ୍ରେଲିଆର ଉଚ୍ଚ କମିଶନର ବେରି ଓ ଫେରେଲ ମୋଦୀଙ୍କ ସ୍ୱାଗତ କରିଥିଲେ । ମୋଦୀଙ୍କ ସ୍ୱାଗତ ପାଇଁ ଭାରତୀୟ ସମୁଦାୟର ଲୋକ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ‘ବନ୍ଦେ ମାତରମ’ର ନାରା ମଧ୍ୟ ଲାଗିଥିଲା ।

ସୂଚନାଯୋଗ୍ୟ, ଜାପାନରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ୩ ଦେଶର ଯାତ୍ରାର ଏହା ହେଉଛି ଶେଷ ପର୍ଯ୍ୟାୟ । ମୋଦୀ ମେ’ ୨୨ରୁ ୨୪ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ରହିବେ ।