Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଜି ଶପଥ ନେବେ ସିଦ୍ଧରମୈୟା ଓ ଶିବକୁମାର, ଛିଣ୍ଡୁନି ମନ୍ତ୍ରୀମଣ୍ଡଳ ଅଙ୍କ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଜି ଶପଥ ନେବେ ସିଦ୍ଧରମୈୟା ଓ ଶିବକୁମାର, ଛିଣ୍ଡୁନି ମନ୍ତ୍ରୀମଣ୍ଡଳ ଅଙ୍କ

ବେଙ୍ଗାଲୁର: ଆଜିଠୁ ପୁଣି କର୍ଣ୍ଣାଟକରେ ଆରମ୍ଭ ହେବ ସିଦ୍ଧରମୈୟା ରାଜ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା ଓ ଶିବକୁମାର । ଏଥିପାଇଁ ବେଙ୍ଗାଲୁରୁର କନ୍ତିରବା ଷ୍ଟାଡିୟମରେ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ରାଜ୍ୟପାଳ ଥାୱରଚନ୍ଦ ଗେହଲଟ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ସେପଟେ ମନ୍ତ୍ରୀମଣ୍ଡଳ ଗଠନ ନେଇ ଛିଣ୍ଡୁନି ଅଙ୍କ । ମାଳ ମାଳ ଆଶାୟୀ ଥିବାବେଳେ କାହାକୁ ମନ୍ତ୍ରୀମଣ୍ଡଳରେ ମିଳିବ ସ୍ଥାନ । ସେ ଚିନ୍ତା ଏବେ ଦଳକୁ ଘାରିଛି ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଜିତି କଂଗ୍ରେସ ଏବେ ଜୋଶରେ ଅଛି । ଦଳ ଆଗାମୀ ସମସ୍ତ ନିର୍ବାଚନ ଜିତିବାକୁ ଦମ୍ଭୋକ୍ତି ଦେଖାଉଛି । କର୍ଣ୍ଣାଟକ ଫଳାଫଳ ପଲ୍ଲୀରୁ ଦିଲ୍ଲୀ ଯାଏଁ କଂଗ୍ରେସ ନେତା କର୍ମୀଙ୍କ ମନରେ ସଞ୍ଜିବନୀ ଦେଇଛି । କିନ୍ତୁ କର୍ଣ୍ଣାଟକ କିଙ୍ଗ ହେବା ସତ୍ତ୍ବେ କଂଗ୍ରେସରେ ସମସ୍ୟା । କର୍ଣ୍ଣାଟକକୁ ନେଇ କଂଗ୍ରେସ ଆଗରେ ଆହୁରି ସଂକଟ ରହିଛି । ଏଯାଏଁ ଟଳିନି କଂଗ୍ରେସର କର୍ଣ୍ଣାଟକ ସଂକଟ ।
ଦଳ କୌଣସି ମତେ ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ଚୟନ କରିଦେଲା । କିନ୍ତୁ ପୁରା ମନ୍ତ୍ରୀମଣ୍ଡଳ ଗଠନକୁ ନେଇ ଏବେ ଦଳ ପାଖରେ ବଡ ଆହ୍ବାନ ରହିଛି । ମନ୍ତ୍ରୀ ମଣ୍ଡଳର ସ୍ବରୂପ କଣ ହେବ ? କେତେ ମନ୍ତ୍ରୀ ହେବେ ? କାହାକୁ କେଉଁ ବିଭାଗ ମିଳିବ ? ମନ୍ତ୍ରୀ ମଣ୍ଡଳରେ ବିଧାୟକ କେତେ ଏମଏଲସି କେତେ ରହିବେ ? କଂଗ୍ରେସର ବିଜୟୀ ହୋଇଥିବା 135 ବିଧାୟକଙ୍କ ସମେତ ଏମଏଲସି ମଧ୍ୟ ମନ୍ତ୍ରୀ ହେବାକୁ ଆଶାୟୀ ଅଛନ୍ତି । ଏମିତି 60 ଜଣ ବିଧାୟକ ଓ ବିଧାନ ପରିଷଦ ସଦସ୍ୟ ଅଛନ୍ତି ଯେଉଁମାନେ ମନ୍ତ୍ରୀ ହେବାକୁ ଦାବିଦାର । ବର୍ତ୍ତମାନ 40 ଜଣ ଏଭଳି ବିଧାୟକ ଓ ବିଧାନ ପରିଷଦ ସଦସ୍ୟ ଅଛନ୍ତି ଯେଉଁମାନେ ଉଭୟ କଂଗ୍ରେସ ଓ ବିଜେପି ସରକାରରେ ମନ୍ତ୍ରୀ ରହିସାରିଛନ୍ତି ।