୨ ଦିନିଆ କଳାହାଣ୍ଡି ଗସ୍ତ କରିବେ ୫ଟି ସଚିବ ଭିକେ ପାଣ୍ଡିଆନ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: ୫ଟି ସଚିବ ଭି କେ ପାଣ୍ଡିଆନ ୨ ଦିନିଆ କଳାହାଣ୍ଡି ଗସ୍ତ କରିବେ । ଆସନ୍ତା ୧୯ ଓ ୨୦ ତାରିଖ ତଥା ଶୁକ୍ରବାର ଓ ଶନିବାର ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସୁଥିବା ନେଇ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଅଦୁ ସୂଚନା ଦେଇଛନ୍ତି । ୧୯ ତାରିଖରେ କେସିଙ୍ଗା ବ୍ଲକ ବେଲଖଣ୍ଡି ଗ୍ରାମ ପଞ୍ଚାୟତର ଐତିହାସିକ ପୁରୁଣା ଶିବ ମନ୍ଦିର ପରିଦର୍ଶନ କରିବା ସହ ମଦନପୁର ରାମପୁର ବ୍ଲକ ଗସ୍ତରେ ଯିବାର ମଧ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜୋରଦାର ପ୍ରସ୍ତୁତି କରାଯାଉଛି । ପାଣ୍ଡିଆନ ୨ ଦିନିଆ କଳାହାଣ୍ଡି ଗସ୍ତରେ ଜିଲ୍ଲାର ୧୩ଟି ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ବିଭିନ୍ନ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି । ହେଲେ ତାଙ୍କ ଗସ୍ତର ସଠିକ ବିବରଣୀ ଆମର ହସ୍ତଗତ ହୋଇନାହିଁ । ରୁଟ ଚାଟ ଆସିଲେ ଆପଣମାନଙ୍କୁ ସୂଚନା ଦିଆଯିବ ବୋଲି ଶ୍ରୀ ଅଦୁ କହିଛନ୍ତି ।