‘ମନ୍ନତ’ରେ ଆମେରିକାର ନୂଆ ରାଜଦୂତଙ୍କ ସ୍ୱାଗତ

ନୂଆଦିଲ୍ଲୀ: ଭାରତରେ ଆମେରିକାର ନୂଆ ରାଜଦୂତ ଏରିକ ଗାସେର୍ଟୀ ଚର୍ଚ୍ଚାରେ ରହିଛନ୍ତି । ଭାରତ ଆସିବା ପରେ ଏରିକ ଅନେକ ସୁପ୍ରସିଦ୍ଧ ତାରକାଙ୍କୁ ଭେଟୁଛନ୍ତି । ଏହିକ୍ରମେ ଏରିକ ଅଭିନେତା ଶାହରୁଖ ଖାନ୍ ଓ ତାଙ୍କ ପତ୍ନୀ ଗୌରୀ ଖାନଙ୍କୁ ତାଙ୍କ ବାସଭବନ ‘ମନ୍ନତ’ରେ ଭେଟିଛନ୍ତି । ଏହି ଭେଟଘାଟ ପରେ ଏରିକ ଖୁବ୍ ଖୁସି ଥିବା ଦେଖିବାକୁ ମିଳିଛି । ଏସମ୍ପର୍କରେ ଏରିକ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।

ଏରିକ ଗାସେର୍ଟୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏହା କ’ଣ ମୋର ବଲିଉଡ ଡେବ୍ୟୁର ସମୟ? ସୁପରଷ୍ଟାର ଶାହରୁଖ ଖାନଙ୍କ ସହ ଶାନଦାର ଆଲୋଚନା ହୋଇଛି । ଏହି ସମୟରେ ମୁଁ ବଲିଉଡ ଇଣ୍ଡଷ୍ଟ୍ରୀ ସମ୍ବନ୍ଧରେ ଜାଣିଲି ଏବଂ ବଲିଉଡ ଓ ହଲିଉଡର ସେହି ଦିଗ ଉପରେ ଆଲୋଚନା କଲି ଯାହାର ସାଂସ୍କୃତିକ ପ୍ରଭାବ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିବ ।