ନୂଆଦିଲ୍ଲୀ: ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀଙ୍କୁ ସରକାର z କ୍ୟାଟେଗରୀର ସୁରକ୍ଷା ପ୍ରଦାନ କରିଛନ୍ତି । ଗାଙ୍ଗୁଲୀଙ୍କ ପାଖରେ ପୂର୍ବରୁ Y କ୍ୟାଟେଗରୀର ସୁରକ୍ଷା ଥିଲା । ଫଳରେ ଗାଙ୍ଗୁଲୀଙ୍କ ସୁରକ୍ଷାରେ ଏବେ ୮ରୁ ୧୦ଜଣ ପୁଲିସ କର୍ମୀ ରହିବେ । ପୂର୍ବ ସୁରକ୍ଷା କ୍ୟାଟେଗରୀରେ ତାଙ୍କ ପାଖରେ ୩ଜଣ ପୁଲିସ କର୍ମୀ ରହିଥିଲେ ।
ଗାଙ୍ଗୁଲୀ ଏବେ ଆଇପିଏଲରେ ଦିଲ୍ଲୀର ଡାୟରେକ୍ଟର ଅଫ କ୍ରିକେଟ ପଦରେ ଅଛନ୍ତି । ଦିଲ୍ଲୀ ଟିମ୍ ସହ ଥିବା ଗାଙ୍ଗୁଲୀ ମେ’ ୨୧ରେ କୋଲକାତା ଫେରିବେ । ସେବେଠୁ ତାଙ୍କୁ z କ୍ୟାଟେଗରୀର ସୁରକ୍ଷା ମିଳିବା ଆରମ୍ଭ ହୋଇଯିବ ।