ପାକିସ୍ତାନ ଫେରନ୍ତା ବିସ୍ଥାପିତ ହିନ୍ଦୁଙ୍କ ଘରେ ବୁଲଡଜର ଚଲାଇଲେ ଟିନା ଡାବୀ

ରାଜସ୍ଥାନ: ଆଇଏଏସ୍ ଟିନା ଡାବୀ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ରାଜସ୍ଥାନର ଜେସଲମେର ଜିଲ୍ଲାରେ ଡୀଏମ ପଦରେ ଅବସ୍ଥାପିତ ଟିନା ଡାବୀଙ୍କ ଆଦେଶ ପରେ ଜିଲ୍ଲାରେ ରହୁଥିବା କିଛି ବିସ୍ଥାପିତ ହିନ୍ଦୁ ପରିବାରଙ୍କ ଘରେ ବୁଲଡଜର ଚଲା ଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ହିନ୍ଦୁ ପରିବାର ପାକିସ୍ତାନରୁ ବିସ୍ଥାପିତ ହୋଇ ଭାରତ ଆସିବା ପରେ ଦୀର୍ଘ ଦିନରୁ ଏଠାରେ ରହୁଥିଲେ ।

ସୂଚନାଯୋଗ୍ୟ, ରାଜସ୍ଥାନର ଜେସଲମେର ଜିଲ୍ଲାସ୍ଥିତ ଅମର ସାଗର ଗାଁରେ ଏହି ଘଟଣା ଘଟିଛି । ଉକ୍ତ ଘଟଣା ପରେ ଭୀଷଣ ଗରମରେ ମହିଳା ଓ ପିଲା ସଡ଼କକୁ ଆସିବାକୁ ବାଧ୍ୟ ହୋଇଯାଇଛନ୍ତି ।