ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ ‘ଦି କେରଲା ଷ୍ଟୋରୀ’ ଭାରତରେ ଭଲ ବ୍ୟବସାୟ ଜାରି ରଖିଛି । କେରଳ ଓ ପଶ୍ଚିମବଙ୍ଗରେ ଫିଲ୍ମଟି ବ୍ୟାନ ହେବା ପେର ମଧ୍ୟ ବକ୍ସ ଅଫିସରେ କୌଣସି ପ୍ରଭାବ ପଡ଼ିନାହିଁ । ଆଉ ଏବେ ଫିଲ୍ମଟି ୟୁକେରେ ରିଲିଜ ହୋଇଛି । ୟୁକେରେ ଫିଲ୍ମ ରିଲିଜ ହେବାକୁ ନେଇ ଅଦା ଶର୍ମା ଖୁସି ବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ‘ଦି କେରଲା ଷ୍ଟୋରୀ’ ବକ୍ସ ଅଫିସରେ ୧୫୬.୮୪ କୋଟି ଟଙ୍କା ବ୍ୟବସାୟ କରିଛି ।