ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଗୋକୁଳ ହୋଟେଲ ପରିସରରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘ ସଭାପତି ଶିବ ପ୍ରସାଦ ପରଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂଘର ବିଭିନ୍ନ କାର୍ଯ୍ୟପନ୍ଥା, ସ୍ୱାସ୍ଥ୍ୟ ବୀମା ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେବାସହ ଆୟବ୍ୟୟ ଉପରେ ଆଲୋଚନା ହୋଇଥିଲା । ଏଥିରେ ସଂଘ ସାଧାରଣ ସମ୍ପାଦକ ଶିଶିର ଶତପଥୀ ଓ ସହସମ୍ପାଦକ ଅଭୟ ତ୍ରିପାଠୀ ମଞ୍ଚାସିନ ଥିବାବେଳେ ବରିଷ୍ଠ ସଦସ୍ୟ ଦିଲ୍ଲୀପ ପୁରୋହିତ, ଦୀପକ ସମଜଦାର, ବଳରାମ ମିଶ୍ର, ବିମଳ କୁମାର ହୋତା, ବଂଶୀଧର ସେଠ, ପ୍ରହଲ୍ଲାଦ ପାଢ଼ୀ, ସଦାଶିବ ସରାଫ, ପ୍ରଦୀପ୍ତ ମିଶ୍ର ଓ ଶ୍ରୀବତ୍ସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉପସଭାପତି ଲକ୍ଷ୍ମୀକାନ୍ତ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।