କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନାରେ ନୂତନ ଏସ୍ଡିପିଓ ରୋହିତ ବର୍ମା ଙ୍କ ଗଣମାଧ୍ୟମ ଓ ପୁଲିସ ମଧ୍ୟରେ ସମନ୍ୱୟ ପାଇଁ ଏକ ସୌଜନ୍ୟ ମୂଳକ ସାକ୍ଷାତକାର କେସିଙ୍ଗା କେସିଙ୍ଗା ଏସ୍ଡିପିଓ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ବର୍ମା ୨୦୧୯ ବ୍ୟାଚ ଆଇପିଏସ୍ ଅଫିସର୍ ବୋଲି ଜଣାପଡିଥିବା ବେଳେ ସେ ବାଲିଗୁଡା ଏସ୍ଡିପିଓ ଭାବରେ ସଫଳତାର ସହିତ କାମ କରି ଉଚ୍ଚ ପ୍ରଶଂସିତ ହୋଇଥିବା ଜଣାପଡ଼ିଛି।
ସେ ଆଜି ଅଞ୍ଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ କେସିଙ୍ଗାର ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଭାବରେ ଆଲୋଚନା କରି କେସିଙ୍ଗା ଅଞ୍ଚଳର ଉନ୍ନତିରେ ମିଳିମିଶି କାମକରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ଓ ସାଧାରଣ ଲୋକଙ୍କ ସହ କିପରି ପୁଲିସର ସମନ୍ୱୟ ରହିବ ସେନେଇ ଆପଣ ମାନଙ୍କ ଗୁରୁ ଦାଇତ୍ୱ ରହୁଛି ବୋଲି ସେ କହିଥିଲେ। ଏହି ସୌଜନ୍ୟ ମୂଳକ ସାକ୍ଷାତକାରରେ ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାପାତ୍ର, ସୁରେଶ ଅଗ୍ରୱାଲ, ଦୟାନିଧି ସୁନାନୀ, ଡମ୍ବରୁ ଭୋଇ, ଗଜିନ୍ଦ୍ର ସାହୁ, ମହମ୍ମଦ ଆଗାଜାନ, ଶିବ ପ୍ରସାଦ ସାହୁ, ବିନୋଦ ଜୈନ, ସଂଗ୍ରାମ ଦେଓ ପ୍ରମୁଖ ସହ ଅନ୍ୟ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ।