କର୍ଣ୍ଣାଟକ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ସ୍ପଷ୍ଟ ବହୁମତ ହାସଲ କରିଛି । ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସକୁ ଶୁଭେଚ୍ଛା ଜଣାଇବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି । ମମତା କହିଛନ୍ତି ଯେ, କର୍ଣ୍ଣାଟକବାସୀ ତଥା ସମସ୍ତ ମତଦାତାଙ୍କୁ ସଲାମ କରୁଛି । ଏହା ବିଜେପି ପାଇଁ ୨୦୨୪ରେ ଅନ୍ତ ଘଟିବାର ଶୁଭାରମ୍ଭ ।
ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ, ଅହଙ୍କାର, ଦୁଃର୍ବ୍ୟବହାର, ଏଜେନ୍ସି ଓ ରାଜନୀତି ବିରୋଧରେ ଲୋକେ ବିଜେପିକୁ ଭୋଟ ନ ଦେବାକକୁ ଆହ୍ୱାନ ଦେଇଛନ୍ତି । ଏବେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ନିର୍ବାଚନ ହେବାର ଅଛି ଏଠାରେ ମଧ୍ୟ ବିଜେପିକୁ ପରାଜୟ ମିଳିବ । ମୋତେ ଲାଗୁନି କି ଏବେ ବିଜେପି ୧୦୦ ସଂଖ୍ୟା ମଧ୍ୟ ପାର କରିପାରିବ ।