ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବଡ଼ ବୟାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ପାର୍ଟି ବିରୋଧୀ ଦଳଙ୍କ ଏକତା ଅଭିଯାନରେ ସାମିଲ ହେବ ନାହିଁ । କୌଣସି ଦଳ ସହ ମହାମେଣ୍ଟ ନକରି ଏକାକୀ ଲଢ଼ିବ । ଲୋକସଭା ଓ ବିଧାନସଭା ନିର୍ବାଚନରେ ଏକାକୀ ମଇଦାନକୁ ଓହ୍ଲାଇବ ।
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୨ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଆବାସରେ ଭେଟିଥିଲେ । ଅନ୍ୟପଟେ ୪ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ନବୀନ ଅନ୍ୟ ନେତାଙ୍କୁ ଭେଟିବାର ଯୋଜନା ରହିଥିବା ନେଇ ମଧ୍ୟ ସୂଚନା ମିଳିଛି।