ନୂଆଦିଲ୍ଲୀ: ଭାରତୀୟ ସେନାରେ ବ୍ରିଗେଡିୟର ଏବଂ ତା’ଠାରୁ ଉପର ରାଙ୍କର ଅଧିକାରୀଙ୍କ ପାଇଁ ସମାନ ୟୁନିଫର୍ମ ଆଣିବାର ନିଷ୍ପତ୍ତି ନିଆଯାଇଛି । ନିକଟରେ ସରିଥିବା ସେନା-କମାଣ୍ଡର ସମ୍ମିଳନୀରେ ବିସ୍ତୃତ ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । କିନ୍ତୁ ସେନାର କର୍ଣ୍ଣେଲ ଓ ତଳ ସ୍ତରର ଅଧିକାରୀଙ୍କ ୟୁନିଫର୍ମରେ କୌଣସି ପରିବର୍ତ୍ତନ ହେବନାହିଁ ।
ସୂତ୍ର ଅନୁସାରେ, ଫ୍ଲାଗ ରାଙ୍କ(ବ୍ରିଗେଡିୟର ଓ ଉପର) ବରିଷ୍ଠ ଅଧିକାରୀଙ୍କ ହେଡ ଗିୟର, ସଲ୍ଡର ରାଙ୍କ ବ୍ୟାଜ୍, ଗୋରଗେଟ ପ୍ୟାଚ୍, ବେଲ୍ଟ ଓ ଜୁତା ଏକ ପ୍ରକାର ରହିବ । ଏହି ପରିବର୍ତ୍ତନ ଆସନ୍ତା ଅଗଷ୍ଟ ୧ରେ ଲାଗୁ ରହିବ ।