ବାରିକପୁର,ଏନ୍ଏନ୍ଏସ୍: ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ବିଶିଷ୍ଟ ଅତିଥି ମାନେ ଯୋଗଦେଇ ସରକାରୀ ଵିଦ୍ୟାଳୟ ପ୍ରଗତିରେ ରାଷ୍ଟ୍ରର ଉନ୍ନତି ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ପୁରାତନ ଛାତ୍ର ସଂସଦ ସଭାପତି ବଳରାମ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉତ୍ସବର ଦ୍ଵିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟନାୟକ ଉଦଘାଟନ କରିଥିଲେ।
ଶିକ୍ଷାବିତ କାର୍ତ୍ତିକ ଚନ୍ଦ୍ର ସ୍ଵାଇଁଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକଙ୍କ ସମେତ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ନିମନ୍ତ୍ରିତ ଅତିଥି ବ୍ଲକ ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ,ମୁଖ୍ୟ ବକ୍ତା ଭାବେ ଧାମନଗର ମହାବିଦ୍ୟାଳୟ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଜଗନ୍ନାଥ ସଂସ୍କୃତି ପ୍ରଚାରକ ଦେବବ୍ରତ ଵିଶ୍ଵାଳ, ସାହିତ୍ୟିକ ଶିବ ପ୍ରସାଦ ଖାମରାଇ, ଅଭିଷେକ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ସରପଞ୍ଚ ଇଂ ସତ୍ୟବ୍ରତ ପାଲ ପ୍ରମୁଖ ଯୋଗଦେଇ ପ୍ରାଚୀନ ବିଦ୍ୟାଳୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ଶିକ୍ଷକ ସୁନୀଲ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ସମାଜ ସେବୀ ସୁରେନ୍ଦ୍ର ନାଥ ପାଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାମାଜିକ କର୍ମୀ ମହେନ୍ଦ୍ର ନନ୍ଦୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୁରାତନ ଛାତ୍ର ଛାତ୍ରୀ । ସେମାନଙ୍କ ବିଦ୍ୟାଳୟ ଜୀବନର ସ୍ମୃତି ବଖାଣି ଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ମନୋରଞ୍ଜନ ନେଇଥିଲେ ସମସ୍ତେ । ଆରମ୍ଭରୁ ଶେଷ ଯାଏଁ ସମସ୍ତ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂସଦର ସମସ୍ତ ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ ।