ବର୍ଷା ଯୋଗୁ ଚେନ୍ନାଇ-ଲଖନଊ ମ୍ୟାଚ ବାତିଲ

ନୂଆଦିଲ୍ଲୀ: ଚେନ୍ନାଇ ସୁପରକିଙ୍ଗସ ଓ ଲଖନଊ ସୁପର ଜାଏଣ୍ଟସ ମଧ୍ୟରେ ଖେଳାଯାଉଥିବା ଆଜିର ମ୍ୟାଚ ବାତିଲ ହୋଇଛି । ଲଖନଊ ପ୍ରଥମେ ବ୍ୟାଟିଂ କରି ୧୯.୨ ଓଭରରେ ୭ ୱିକେଟ ହରାଇ ୧୨୫ ରନ୍ ହାସଲ କରିଥିଲା । ସେହି ସମୟରେ ବର୍ଷା ହେବା ଯୋଗୁ ମ୍ୟାଚକୁ ରୋକିବାକୁ ପଡ଼ିଥିଲା । ପରେ ଧୀରେ ଧୀରେ ବର୍ଷା ଲାଗି ରହିଲା ଏବଂ ମ୍ୟାଚ ହୋଇପାରିଲାନି । ସେଥିପାଇଁ ମ୍ୟାଚ ବାତିଲ ହେବାସହ ଉଭୟ ଟିମକୁ ୧ ଲେଖାଏଁ ପଏଣ୍ଟ ମିଳିଛି ।

ସୂଚନାଯୋଗ୍ୟ, ଲଖନଊ ତରଫରୁ ଆୟୁଷ ବଦୋନୀ ୩୩ ବଲରେ ୫୦ ରନ୍ ହାସଲ କରିଥିଲେ । ଅନ୍ୟପଟେ ଚେନ୍ନାଇ ପାଇଁ ମୋହୀନ ଅଲୀ, ମହୀଶ ତୀକ୍ଷଣା ଓ ମଥୀଶ ପଥିରାନା ୨ଟି ଲେଖାଏଁ ୱିକେଟ ନେଇଥିଲେ ।