ମୋଦୀଙ୍କୁ Z ସିକ୍ୟୁରିଟି ମାଗିଲେ ରାକ୍ଷୀ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କିଛିଦିନ ତଳେ ରାକ୍ଷୀଙ୍କୁ ଧମକପୂର୍ଣ୍ଣ କଲ୍ ଆସିଥିବାରୁ ସେ ଏବେ ଭୟଭୀତ ଥିବା କଥା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ Z ସିକ୍ୟୁରିଟି ଦାବୀ କରିବା ସହ ରାକ୍ଷୀ ଅଭିନେତ୍ରୀ କଙ୍ଗନା ରନାୱତଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ।

ରାକ୍ଷୀ ସାୱନ୍ତଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଉକ୍ତ ଭିଡିଓରେ ରାକ୍ଷୀ କହିଛନ୍ତି ଯେ, ମୁଁ କହିବାକୁ ଚାହୁଁ ନଥିଲି କିନ୍ତୁ ଏବେ କହୁଛି । ମୁଁ Z ସିକ୍ୟୁରିଟି ପାଇଁ ମୋଦୀ ଜୀ ଓ ରାଜନାଥ ଜୀଙ୍କୁ ଭେଟିବି । ଯଦି ସେ କଙ୍ଗନା ରନାୱତଙ୍କୁ Z ସିକ୍ୟୁରିଟି ଦେଇପାରୁଛନ୍ତି ତେବେ ମୋତେ କାହିଁକି ଦେବେନି? କଙ୍ଗନାଙ୍କୁ କୌଣସି ଧମକ ବି ମିଳିନଥିଲା । ମୋ ପାଖରେ ପୁରା ମେଲ ରହିଛି ।