ଯବାନଙ୍କ ବଳିଦାନକୁ ସବୁଦିନ ମନେ ରଖାଯିବ : ମୋଦୀ

ନୂଆଦିଲ୍ଲୀ: ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ନକ୍ସଲବାଦୀଙ୍କ ଦ୍ୱାରା କରାଯାଇଥିବା ଆଇଇଡି ବିସ୍ଫୋରଣରେ ୧୦ ଜଣ ଯବାନଙ୍କ ସହ ଜଣେ ଡ୍ରାଇଭରଙ୍କ ସହିଦ ହୋଇଛନ୍ତି । ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ନିନ୍ଦା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଏହି ବଳିଦାନକୁ ସବୁଦିନ ମନେ ରଖାଯିବ । ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ।