ନୂଆଦିଲ୍ଲୀ: ଛତିଶଗଡ଼ର ନକ୍ସଲ ହମଲାରେ ୧୧ଜଣ ଯବାନ ସହିଦ ହୋଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ସ୍ଥିତିକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ କଥା ହୋଇଛନ୍ତି ।
ବସ୍ତର ଆଇଜି ପି.ସୁନ୍ଦରରାଜ କହିଛନ୍ତି ଯେ, ଘଟଣାସ୍ଥଳରୁ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚିଛନ୍ତି । ବର୍ତ୍ତମାନ ସମୟରେ ସର୍ଚ୍ଚ ଅପରେସନ ଜାରି ରହିଛି ।