ଛତିଶଗଡ଼ରେ ନକ୍ସଲ ଆକ୍ରମଣ, ୧୧ ଯବାନ ସହିଦ

ଛତିଶଗଡ଼: ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାର ଅରନପୁର ପାଖରେ ବଡ଼ ଧରଣର ନକ୍ସଲୀ ଆକ୍ରଣ ହୋଇଛି । ଡିଆରଜୀ ଯବାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଉପରେ ଆଇଇଡି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଫଳରେ ୧୧ ଯବାନ ସହିଦ ହୋଇଛନ୍ତି ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ଭଗେଲ କହିଛନ୍ତି ଯେ, ଏହା ଏକ ଦୁଃଖଦ ଘଟଣା । ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଉଛି । ଲଢ଼େଇ ଅନ୍ତିମ ଚରଣରେ ଥିବାରୁ ନକ୍ସଲବାଦୀଙ୍କୁ ଛଡ଼ା ଯିବନି ।