ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଗୋଷ୍ଠୀ କୃଷି ବିଭାଗ ପକ୍ଷରୁ ଆଜି ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟ ପାଳନ ଏବଂ କୃଷକ ଦିବସ ପାଳନ ହୋଇଯାଇଛି ।ଗୋଷ୍ଠୀ କୃଷି ଅଧିକାରୀ ରାଜେଶ ଚୌଧୁରୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂଜକ ଗୋବର୍ଦ୍ଧନ ଶତପଥି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଭୂମି ପୂଜନ, ଗୋ ପୂଜନ ପରେ ହଳ କରି ଧାନ ବୁଣା ଯାଇ ମୁଠି ଅନୁକୂଳ କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା।
ସହକାରୀ କୃଷି ଅଧିକାରୀ ବିଦେଶୀ ଶତପଥି ଓ ଏଫ୍.ଆଇ.ସି ଚେୟାରମ୍ୟାନ ତରଣୀସେନ ପ୍ରଧାନ ପୂଜା କାର୍ଯ୍ୟରେ ତୁଲାଇ ଥିଲେ ଓ ଜମିରେ ଧାନ ବୁଣି କୃଷି କାର୍ଯ୍ୟ ଆରମ୍ଭ କରି ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରଥିଲେ। ବ୍ଲକ୍ ଅଞ୍ଚଳର ରିଆମାଳ, ବୁଡିଦୋ,ମଳେହିପଡା ଏସ୍ଏଚ୍ଜିର କୃଷିମିତ୍ର ମାନେ ଯୋଗ ଦେଇ ଥିଲେ।ଜଳ ବିଭାଜିକାର ସିଙ୍ଘୁରାମ ମୁର୍ମୁ ,ଚାଇଲଡ ଲାଇନର ରିତାରାଣୀ ରାଉତ,ମିଶନ ଶକ୍ତିର ସଦସ୍ୟ ସମେତ ବହୁ ଚଷୀ ଉପସ୍ଥିତ ଥିଲେ।