Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅଭିଯୁକ୍ତଙ୍କୁ ଖସାଇବାକୁ ଉଦ୍ୟମ କରୁଥିଲେ ତହସିଲଦାର, ଏସ୍‌ଟିଏଫ୍‌ ତାଗିଦ ପରେ ବଦଳିଲା ନିଷ୍ପତି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅଭିଯୁକ୍ତଙ୍କୁ ଖସାଇବାକୁ ଉଦ୍ୟମ କରୁଥିଲେ ତହସିଲଦାର, ଏସ୍‌ଟିଏଫ୍‌ ତାଗିଦ ପରେ ବଦଳିଲା ନିଷ୍ପତି

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବାରକୋଟ ତହସିଲ ଅନ୍ତର୍ଗତ ସିଂସାଲ ଓ ସିଙ୍ଗୁରି ବାଲି ଘାଟରୁ ବେଆଇନ ବାଲି ଚାଲାଣ ବେଳେ ଏସଟିଏଫ ଚଢ଼ାଉ କରି ଅଟକ ରଖିଥିବା ଅଭିଯୁକ୍ତଙ୍କୁ ଖସାଇବାକୁ ଚେଷ୍ଟା କରିଥିଲେ ବାରକୋଟ ତହସିଲଦାର ତାପସ ଭୋଇ। ଏସଟିଏଫର ତାଗିଦ ପରେ ନିଷ୍ପତି ବଦଳାଇଲେ ବାରକୋଟ ତହସିଲଦାର। ଅଟକ ୧୦ ବେଆଇନ ବାଲି ବୋଝେଇ ହାଇୱା ମଧ୍ୟରୁ ୫କୁ କ୍ଲିନ ଚିଟ ଦେଇ ବିନା ଜରିମାନା ଓ ମାମଲାରୁ ଖସାଇ ଦେଇ ୫ ଗାଡ଼ିରୁ ୩ ଲକ୍ଷ ୨୬ ହଜାର ୬ ଶହ ଟଙ୍କା ଜରିମାନା କରିଥିବା ଗଣ ମାଧ୍ୟମରେ ସୂଚନା ଦେବା ସହ ଅଭିଯୁକ୍ତଙ୍କୁ କିସ୍ତିରେ ଜମା ଦେବାକୁ ଦେଇଥିଲେ ସୁଯୋଗ। ତହସିଲଦାରଙ୍କ ଜରିମାନା ଆକଳନ ଦେଖି ହତବକ ହୋଇଥିଲା ଏସ୍‌ଟିଏଫ୍‌। ଏସ୍‌ଟିଏଫ୍‌ର କଡା ତାଗିଦ ଓ ଖୋଲତାଡ଼ ଦେଖି ନିଷ୍ପତି ବଦଳାଇଲେ ତହସିଲଦାର। ପରେ ଜବତ ୧୦ଟି ଗାଡି ମଧ୍ୟରୁ ଦୁଇଟି ଗାଡି ଓଡ଼ି-୦୯ଆର୍‌-୨୬୮୬ ଓ ଓଡ଼ି-୩୫-୯୩୨୫କୁ ୫୧ ହଜାର ୧୪ ଟଙ୍କା ଲେଖାଏଁ ଜରିମାନା କରିବା ସହ ସମସ୍ତ ୧୦ଟି ଗାଡ଼ିରୁ ୯ ଲକ୍ଷ ୯ ହଜାର ୮୩୯ ଟଙ୍କା ଜରିମାନା କରିଥିବା ଜଣା ପଡିଛି।