ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନା ପରିସରରେ ଷ୍ଟେସନ ଅଧିକାରୀ ଦୂରଦକ୍ଷ ବାଗଙ୍କ ଅଧ୍ୟକ୍ଷତାରେ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ୧୪ ତାରିଖରୁ ଅଗ୍ନି ସେବା ସପ୍ତାହ ଅଭିଯାନ ଆରମ୍ଭ ହୋଇଛି । ନିଆଁକୁ କିଭଳି ଭାବେ ଲିଭେଇବା ସେନେଇ ମକଡ୍ରିଲ କାର୍ଯ୍ୟକ୍ରମରେ ସଚେତନ କରାଯାଉଛି ବୋଲି ଷ୍ଟେସନ ଅଧିକାରୀ ଶ୍ରୀ ବାଗ କହିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତରଖାନା ଅଧିକାରୀ ସମରେନ୍ଦ୍ର ମହାପାତ୍ର, ପିଏଚଓ ମିନା ତ୍ରିପାଠୀ, ଅଗ୍ନିଶମ ବିଭାଗର ସମୀର ସାହୁ, କିଶୋର ରାଉତ, ଇନ୍ଦ୍ରଜିତ ଭୋଇ, ଦୟାନନ୍ଦ ପ୍ରଧାନ, ରାଧେଶ୍ୟାମ ସାହୁ, ଦିବାକର ପଟ୍ଟନାୟକ ଓ ସଦାଶିବ ଭୋଏ ପ୍ରମୁଖ ଉପସ୍ଥିତ ଥିଲେ ।