୫୯ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ଟିଟିଲାଗଡ଼,ଏନ୍‌ଏନ୍ଏସ୍: ବଲାଙ୍ଗିର ଜିଲ୍ଲାପାଳ ସୋମବାର ଟିଟିଲାଗଡ଼ ବ୍ଲକ୍‌ ଖୋଲାଣ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧୁକାରୀଙ୍କ ଗହଣରେ ଅଭିଯୋଗ ଶୁଣାଣି କରିଛନ୍ତି। ମୋଟ ୫୯ଟି ଅଭିଯୋଗ ଶିବିରରେ ପଞ୍ଜିକୃତ ହୋଇଥିଲା। ଅନେକ ବୃଦ୍ଧବୃଦ୍ଧା ଭିନ୍ନକ୍ଷମ ଭତ୍ତା ପାଇଁ ଅଭିଯୋଗ କରିଥିଲେ। ଶ୍ରମିକ ପରିବାର ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ବିଭିନ୍ନ ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଥିଲା। ବ୍ଳକ ଅନ୍ତର୍ଗତ ସୁରଡା ପଞ୍ଚାୟତ ମହଗାଁରେ ଦୀର୍ଘ ୨ ବର୍ଷ ହେବ ପାଣି ଟାଙ୍କି ନିର୍ମାଣ ସରିଛି। ହେଲେ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ କରାଯାଇନଥିବାରୁ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି।

ଜାତୀୟ ରାଜପଥ ୫୯ର ରିଗଡୁଲ ବେଲଗାଁ ରାସ୍ତା ପ୍ରଶସ୍ତି କରଣ ନେଇ ଜମି ଅଧିଗ୍ରହଣ ହେଉଥିବା ରିଗଡୁଲ ଗ୍ରାମର ଲୋକଙ୍କୁ ଅତ୍ୟନ୍ତ କମ ପରିମାଣର ସହାୟତା ପ୍ରଦାନ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ତେଲେଙ୍ଗାନା ରାଜ୍ୟରେ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟିଟିଲାଗଡ଼ ବ୍ଳକର ବାଞ୍ଜିଝାଲର ଦାଦନ ଶ୍ରମିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ ପାଇଁ ଜିଲାପାଳଙ୍କ ଠାରେ ଗ୍ରାମବାସୀ ତଥା ପରିଜନ ଫେରାଦ ହୋଇଥିଲେ।

ବଲାଙ୍ଗିର ଜିଲ୍ଲା ପରିଷଦ ଟିଟିଲାଗଡ଼ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ, ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ସମାଜ କଲ୍ୟାଣ ଅଧିକାରୀ ଅଲେଖ ବିଶ୍ଵାଳ, ଡିପିସି ମିଶନ ଶକ୍ତି ସୁମନ ଦ୍ବିବେଦୀ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମିରରାଜା ଅଲ୍ଲୀ, ଏସଇ କ୍ଷୁଦ୍ର ଜଳସେଚନ ପ୍ରମୋଦ ପଳାଇ, ତହସିଲଦାର ଡ଼. ଲଲିତ ବାଗ, ବିଡିଓ ନବୀନ ଚନ୍ଦ୍ର ନାୟକ, ବ୍ଳକ ସ୍ୱାସ୍ଥ୍ୟ ଅଧିକାରୀ ଡା. ମୀନକେତନ କିଷାନ, ଏସଡ଼ିପିଓ ଅଙ୍କିତା କୁମ୍ଭାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଖୋଲାଣ ସରପଞ୍ଚ ନରେଶ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ ବେହେରା, ସମିତି ସଭ୍ୟ ଧୀର ରଣା, ଜିଲ୍ଲା ସରପଞ୍ଚ ସଂଘ ସଭାପତି ବିରବର ସାହୁ, ବିଏସଏସଓ ସୁମନ କଲ୍ୟାଣ ରଣା, ଫାର୍ମାସିଷ୍ଟ ବଟକୃଷ୍ଣ ଗୌଡ଼,ଇଓ ସୁରେନ୍ଦ୍ର ମିଶ୍ର, ଜିଆରଏସ ଶକ୍ତିଶ୍ୱର ମୁଗ୍ରୀ, ବିଏଲସି ବିକାଶ ସାହୁ, ସରପଞ୍ଚ ଚିନ୍ତାମଣି ସୁନା, ସମାଜସେଵୀ ନିମାଇଁ ବେହେରା, ପ୍ରକାଶ ମହାନନ୍ଦ, କ୍ଷମାନିଧି ଭୂୟାଁ, ରମେଶ ସାହୁ, ତଥାଗତ କଟା, ମନୋଜ ଗୌଡ଼, ସଚିନ ଛତର, ସନ୍ୟାସୀ ନାଏକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ଅଭିଯୋଗ ଶୁଣାଣି ଶିବିର ଅବସରରେ ସମ୍ବଲପୁରି ଶାଢ଼ୀରୁ ଆରମ୍ଭ କରି ମିଲେଟ, ଫିଜିଓଥେରାପି, ଚିକିତ୍ସା, ଉଦ୍ୟାନ କୃଷି, କୃଷି, ମହିଲା ଗୋଷ୍ଠୀଙ୍କ ଉତ୍ପାଦିତ ଦ୍ରବ୍ୟ, ବିଭିନ୍ନ ଗହମ ପେଷିବା ଠାରୁ ଆରମ୍ଭ କରି ଛୋଟ ଧାନ ମିଲ ଆଦି ଆଧୁନିକ ଯନ୍ତ୍ରାଂଶର ପ୍ରଦାର୍ଶନି ଭଳି ଅନେକ ପ୍ରକାର ଷ୍ଟଲ ମନଲୋଭା ହୋଇଥିଲା।