ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମନମୋହନ ସ୍କୁଲରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତରୁଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରାବାହିନୀ ପତି, ବରିଷ୍ଠ ନେତା ସୁର ରାଉତରାୟ ଓ ବିଜୟ ପଟ୍ଟନାୟକଙ୍କ ସମେତ ଅନେକ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ । ଆମର ଇଲେକ୍ସନ ଫାଇଟ ବିଜେଡି ସାଙ୍ଗରେ ହେବ ଏବଂ ହଜାର ହଜାର ସମର୍ଥକଙ୍କ ଗହଳି କହୁଛି ଆମକୁ ଲୋକେ କେତେ ସମର୍ଥନ କରିଛନ୍ତି ବୋଲି ତରୁଣ ପାଣ୍ଡେ କହିଛନ୍ତି । ସେହିପରି ଝାରସୁଗୁଡ଼ାରେ ଏଥର କଂଗ୍ରେସ ବାଜିମାତ କରିବ ବୋଲି ଶରତ ପଟ୍ଟନାୟକ କହିଛନ୍ତି । ଜିଲ୍ଲାରେ ଯଦି କ୍ୟାବିନେଟ ମନ୍ତ୍ରୀଙ୍କର ହତ୍ୟା ହେଉଛି ତେବେ ଜିଲ୍ଲାର ଆଇନ ଶୃଙ୍ଖଳା ସମ୍ପୂର୍ଣ ରୂପେ ଭୁଷୁଡ଼ି ପଡ଼ିଛି । ତେଣୁ ଜିଲ୍ଲାରେ କଂଗ୍ରେସ ଜିତିବାର ଆବଶ୍ୟକତା ଅଛି ବୋଲିି ତାରାବାହିନୀ ପତି କହିଛନ୍ତି ।