ପଞ୍ଜାବ: ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହର ବନ୍ଧୁ ଜୋଗା ସିଂହକୁ ପଞ୍ଜାବ ପୁଲିସ ଗିରଫ କରିଛି । ଏନେଇ ପଞ୍ଜାବ ଡିଆଇଜି ନରିନ୍ଦର ଭାର୍ଗବ ସୂଚନା ପ୍ରଦାନ କରିଛନ୍ତି । ଏହାପୂର୍ବରୁ ଅମୃତପାଲକୁ ଶରଣ ଦେବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଥିଲା ।
ସୂଚନାଯୋଗ୍ୟ, ଅମୃତପାଲ ସିଂହର ନିକଟତର ସହଯୋଗୀ ପପଲପ୍ରୀତ ସିଂହକୁ ଏହାପୂର୍ବରୁ ହୋଶିୟାରପୁରରୁ ଗିରଫ କରାଯାଇଥିଲା । ପଞ୍ଜାବ ପୁଲିସ ଓ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲର ସଂଯୁକ୍ତ ଅଭିଯାନ ବଳରେ ଏହି ଗିରଫଦାରୀ ହୋଇଥିଲା ।