ଜାପାନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଆକ୍ରମଣର ଶିକାର ହୋଇଛନ୍ତି । ଫୁମିୟୋ ପଶ୍ଚିମ ଜାପାନର ବନ୍ଦରଗାର ପରିଦର୍ଶନ କରିବାକୁ ପହଞ୍ଚିଥିବାବେଳେ ଏହି ଘଟଣା ଘଟିଛି । ଫୁମିୟୋ ବାକାୟମରେ ଏକ ଜନସଭାରେ ଭାଷଣ ଆରମ୍ଭକରିବା ପୂର୍ବରୁ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ସେଠାରୁ ତାଙ୍କୁ ସୁରକ୍ଷିତ ଭାବେ କଢ଼ାଯାଇଛି । ଗ୍ୟାସ କିମ୍ବା ପାଇପ ବୋମା ତାଙ୍କୁ ଉପରକୁ ପକାଯାଇଥିବା ନେଇ ସୂଚନା ମିଳିଛି । କିନ୍ତୁ ସୁରକ୍ଷାବଳ ଆକ୍ରମଣକାରୀକୁ ଧରିବାରେ ସଫଳ ହୋଇଛନ୍ତି ।

ଜାପାନ ପ୍ରଧାନମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି । ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଜାପାନର ବାକାୟମରେ ସାର୍ବଜନିକ କାର୍ଯ୍ୟକ୍ରମରେ ହୋଇଥିବା ଏକ ହିଂସକ ଘଟଣା ସମ୍ବନ୍ଧରେ ସୂଚନା ମିଳିଲା, ସେଠାରେ ମୋ ବନ୍ଧୁ ପିଏମ କୁଶିଦା ଉପସ୍ଥିତ ଥିଲେ । ସେ ଭଲ ଥିବା ଜାଣି ଆଶ୍ୱସ୍ତି ମିଳିଲା । ଭାରତ ହିଂସାର ସମସ୍ତ କୃତ୍ୟକୁ ନିନ୍ଦା କରୁଛି ।