ଆସାମକୁ ମୋଦୀଙ୍କ ୧୪ହଜାର ୩୦୦ କୋଟି ଭେଟି

ଆସାମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମକୁ ୧୪ହଜାର ୩୦୦ କୋଟି ଟଙ୍କା ଭେଟିଛନ୍ତି । ମୋଦୀ ପୂର୍ବତ୍ତୋର ଭାରତର ପ୍ରଥମ ଏମ୍ସ ଓ ୩ଟି ମେଡିକାଲ କଲେଜର ଉଦଘାଟନ କରିଛନ୍ତି । ମୋଦୀ କହିଛନ୍ତି ଯେ, ଗତ ୯ ବର୍ଷରେ ଉତ୍ତର ପୂର୍ବରେ କନେକ୍ଟିଭିଟୀକୁ ନେଇ ଖୁବ୍ ଚର୍ଚ୍ଚା ହୋଇଛି । ଆଜି ଯିଏ ବି ଏଠାକୁ ଆସୁଛି, ସେ ପ୍ରଶଂସା କରବାକୁ ପଛାଉ ନାହିଁ । ଏଠାରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଅନେକ କାମ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଉତ୍ତର-ପୂର୍ବ ବିକାଶର ଚର୍ଚ୍ଚାକୁ ନେଇ କିଛି ଲୋକଙ୍କୁ କଷ୍ଟ ହେଉଛି । ଏମାନଙ୍କୁ ପ୍ରଶଂସାକୁ ନେଇ ଚିନ୍ତା ହୋଇଥାଏ । ପ୍ରଶଂସା ଭୋକିଲା ଲୋକଙ୍କୁ ଉତ୍ତର-ପୂର୍ବ ଦୂର ଲାଗୁଥିଲା । କିନ୍ତୁ ବର୍ତ୍ତମାନର ସରକାର ସେବା ମନୋଭାବ ନେଇ କାମ କରୁଛି ।