ଗୁଜରାଟ: ଗ୍ୟାଙ୍ଗଷ୍ଟାର ଅତୀକ ଅହମ୍ମଦର ପୁଅ ଅସଦ ଅହମ୍ମଦକୁ ଉତ୍ତରପ୍ରଦେଶ ଏସଟିଏଫ୍ ଏନକାଉଣ୍ଟରରେ ନିହତ କରିଛି । ପୁଅ ଅସଦଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପାଇ କୋର୍ଟ ରୁମରେ ଅତିକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ପ୍ରଥମେ ସେ ଖୁବ୍ କାନ୍ଦିଥିଲା ଏବଂ ପରେ ମୂର୍ଚ୍ଛା ହୋଇଯାଇଥିଲା ।
କୋର୍ଟରୁ ନେନୀ ଜେଲ ଯିବା ସୟମରେ ଅତିକ ଅହମ୍ମଦ କହିଛି ଯେ, ଏସବୁ ମୋ ପାଇଁ ହୋଇଛି । ମୁଁ ଅସଦର ଅନ୍ତିମ ସଂସ୍କାରରେ ଯିବାକୁ ଚାହୁଁଛି ଏହାର ବ୍ୟବସ୍ଥା କରାଯାଉ ।
ସୂଚନାଯୋଗ୍ୟ, ଏହି ପ୍ରସଙ୍ଗକୁ ନେଇ ଉତ୍ତରପ୍ରଦେଶରେ ରାଜନୀତି ଆରମ୍ଭ ହୋଇଯାଇଛି । କ୍ଷମତାଧାରୀ ଦଳ ଏହାକୁ ନିଜର ବଡ଼ ଉପଲବ୍ଧି ରୂପେ ପ୍ରଚାର କରୁଛି । ଅନ୍ୟପଟେ ଅସଦଙ୍କ ଏନକାଉଣ୍ଟରକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମିଥ୍ୟା ଏନକାଉଣ୍ଟର କହିଛି । ଏଥିସହିତ ଏନକାଉଣ୍ଟରର ଯାଞ୍ଚ କରାଇବାକୁ ଦାବୀ କରିଛନ୍ତି ।