ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାର ଡିପିଆରସି ବିଲ୍ଡିଂସ୍ଥିତ ଦକ୍ଷତା ବିକାଶ ତାଲିମ ସଂଗଠନ ସଭାଗୃହରେ ୨ଦିନ ଧରି ସ୍ୱାତୀ ସଂଗଠନ ଓ ୟୁଏସ କନ୍ସୋଲେଟ ଜେନେରାଲ ହାଇଦ୍ରାବାଦ ତରଫରୁ ମହିଳା ସଶକ୍ତିକରଣ ନିମନ୍ତେ ୨ ଦିନିଆ ଆଇନ ସ୍ୱାକ୍ଷରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ କମଳଲୋଚନ ମିଶ୍ର ଓ ଡିଆଇପିଆରଓ ହଳଧର ନିଆଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମହିଳା ଓ ଝିଅଙ୍କ ଉପରେ ହେଉଥିବା ହିଂସା, ଅତ୍ୟାଚାର ଓ ଶୋଷଣ କିପରି ରୋକାଯାଇପାରିବ ତଥା ବାଲ୍ୟ ବିବାହ ଭଳି ପରମ୍ପରାକୁ ବନ୍ଦ କରିବା ପାଇଁ ସମସ୍ତଙ୍କର ଯୋଗଦାନ ରହିବା ଆବଶ୍ୟକ ବୋଲି କହିବା ସହିତ ଏପରି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଆଇନକୁ ସମସ୍ତ ମହିଳାଙ୍କ ପାଖରେ ପହଞ୍ଚାଇ ପାରିଲେ ସେମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ଶ୍ରୀ ନିଆଳ କହିଥିଲେ ।
