ନବରଙ୍ଗପୁର,ଏନ୍ଏନ୍ଏସ୍: ପୁଲିସ ପଞ୍ଝାରୁ ଫେରାର ବିଚରାଧୀନ କଏଦୀ ଜମାଲ କଲୋନୀରୁ ଗିରଫ ହୋଇଛି । ମିଳିଥିବା ରିପୋର୍ଟ ମୁତାବକ, ମଙ୍ଗଳବାର କୋର୍ଟରୁ ୩୦ଜଣ ହାଜତ ବନ୍ଦୀଙ୍କୁ ନେଇ କୋର୍ଟ ଭ୍ୟାନ ଫେରିଥିଲା । କିନ୍ତୁ ସେଥିରୁ ୨୯ ଜଣ ହାଜତ ବନ୍ଦୀଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଜଣେ ସବଜେଲ ସମ୍ମୁଖରୁ ଫେରାର ହୋଇଯାଇଥିଲା । ଫେରାର ହାଜତ ବନ୍ଦୀ ଜଣକ ହେଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗାଁର ଲୁକୁ ଭୂମିଆ । ପୁଲିସ ଗୋଡ଼େଇ ଗୋଡ଼େଇ ନିକଟସ୍ଥ କାଲୋନୀର ଏକ ବୁଦା ମୂଳରେ ଲୁଚିଥିବା ଲୁକୁକୁ କାବୁ କରିନେଇଥିଲା । ଇନ୍ଦ୍ରାବତୀ ଥାନାର ଏକ ଡକାୟତି ମାମଲାରେ ଗତ ମାର୍ଚ୍ଚ ୧୭ରେ ପୁଲିସ ତାକୁ ଗିରଫ କରିଥିଲା ।