କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୋଲାରରେ ହେବାକୁ ଥିବା ବହୁପ୍ରତିକ୍ଷୀତ ଜନସଭାକୁ ପୁଣିଥରେ ସ୍ଥଗିତ ରଖାଯାଇଛି । ଏହି ଜନସଭା ପ୍ରଥମେ ଏପ୍ରିଲ ୯ରୁ ୧୦କୁ ଘୁଞ୍ଚିଥିଲା ଆଉ ଏବେ ୧୬ ପର୍ଯ୍ୟନ୍ତ ଘୁଞ୍ଚି ଯାଇଛି । ପାଖାପାଖି ୨୫ ସିଟ ଲାଗି ପ୍ରାର୍ଥୀ ଚୟନକୁ ନେଇ କର୍ଣ୍ଣାଟକ ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଡି କେ ଶିବକୁମାରଙ୍କ ମଧ୍ୟରେ ଚାଲିଥିବା ମତଭେଦ ସଭା ସ୍ଥଗିତ ରହିବା ପଛର କାରଣ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୦୧୯ରେ ରାହୁଲ ଗାନ୍ଧୀ କୋଲାରରେ ହିଁ ‘ମୋଦୀ ସରନେମ’କୁ ନେଇ ବିବାଦିତ ବୟାନ ଦେଇଥିଲେ । ଆଉ ଯାହାକି ଏବେ ସାଂସଦ ରୂପେ ତାଙ୍କ ଅଯୋଗ୍ୟତାର କାରଣ ପାଲଟିଛି ।