ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଖୁବଶୀଘ୍ର ୧୦ ଜନପଥରେ ରହିବେ । ରାହୁଲଙ୍କ ଘରର ଜିନିଷ ସୋନିଆ ଗାନ୍ଧୀଙ୍କ ୧୦ ଜନପଥ ଘରକୁ ସ୍ଥାନାନ୍ତର କରାଯାଉଥିବା ନେଇ ସୂଚନା ମିଳିଛି । ରାହୁଲଙ୍କ ଅଫିସ କାର୍ଯ୍ୟ ପାଇଁ ଘର ଖୋଜା ଯାଉଛି । ରାହୁଲଙ୍କ ସଂସଦ ସଦସ୍ୟତା ପଦ ରଦ୍ଦ ହେବାର ୨ ଦିନ ପରେ ଲୋକସଭା ହାଉସିଂ ପ୍ୟାନେଲ ତାଙ୍କୁ ଘର ଖାଲି କରିବାକୁ ନୋଟିସ ଜାରି କରିଥିଲେ ।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ୧୨ ତୁଗଲକ ଲେନରେ ରହୁଥିଲେ । ୨୦୦୪ରେ ଲୋକସଭା ସାଂସଦ ହେବା ପରେ ତାଙ୍କୁ ଏହି ଘର ଆବଣ୍ଟିତ କରାଯାଇଥିଲା । ଏପ୍ରିଲ ୨୨ରେ ଏହି ଘର ଖାଲି କରିବା ପାଇଁ ତାଙ୍କୁ ନୋଟିସ ମିଳିଥିଲା । ଆଉ ଏହାର ଜବାବରେ ସେ ଘର ଖାଲି କରିବା ନୋଟିସକୁ ପାଳନ କରିବେ ବୋଲି ରାହୁଲ କହିଥିଲେ ।