ହନୁମାନ ଜୟନ୍ତୀରେ ସୁରକ୍ଷା କଡ଼ାକଡ଼ି କରିବାକୁ ମମତାଙ୍କୁ ନିର୍ଦ୍ଦେଶ

କୋଲକାତା: ରାମ ନବମୀ ଶୋଭଯାତ୍ରା ସମୟରେ ପଶ୍ଚିମବଙ୍ଗର କିଛି ଜିଲ୍ଲାରେ ୨ଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ସେଥିପାଇଁ ଆଜି କୋଲକାତା ହାଇକୋର୍ଟ ରାଜ୍ୟର ମମତା ସରକାରଙ୍କୁ କଡ଼ା ସମାଲୋଚନା କରିବାକୁ ଯାଇ ଆଇନ ଓ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟ ହିଂସା ମାମଲାକୁ ନେଇ ଦାୟର ହୋଇଥିବା ପିଟିସନର ଶୁଣାଣୀ କରିବାକୁ ଯାଇ କହିଛନ୍ତି ଯେ, ହନୁମାନ ଜୟନ୍ତୀ ସମୟରେ ବାହାରିବାକୁ ଥିବା ଶୋଭାଯାତ୍ରାରେ ଏଭଳି ସ୍ଥିତି ଯେପରି ନଉପୁଜେ ସେଥିପ୍ରତି ଧ୍ୟାନ ଦିଆଯାଉ । ସରକାର ଯେଉଁ ଅଞ୍ଚଳରେ ୧୪୪ ଧାରା ଲଗାଇଛନ୍ତି ସେଠାରେ ଶୋଭାଯାତ୍ରା ବାହାରିବନି । ଯଦି ସ୍ଥିତିକୁ ସମ୍ଭାଳିବା ପାଇଁ ରାଜ୍ୟ ସରକାର ସମର୍ଥନ ନହୁଅନ୍ତି ତେବେ ସେଠାରେ କେନ୍ଦ୍ରୀୟ ବଳ ନିଯୁକ୍ତ କରାଯିବା ଉଚିତ ।