ବାଙ୍ଗାଲୁରୁ: କନ୍ନଡ ଫିଲ୍ମ ଅଭିନେତା କିଚ୍ଛା ସୁଦୀପ ବିଜେପିରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇତିମଧ୍ୟରେ କିଚ୍ଛା ରାଜନୀତିରେ ଯୋଗଦେବେନି କିନ୍ତୁ ବିଜେପିକୁ ସମର୍ଥନ କରିବେ ବୋଲି କହିଛନ୍ତି । ବେଙ୍ଗଲୁରୁରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କ ସହ ସାମ୍ବାଦିକ ସମ୍ମିଳନୀରେ କିଚ୍ଛା ସୁଦୀପ କହିଛନ୍ତି ଯେ, ‘ମୁଁ ବୋମ୍ମଇ ସାରଙ୍କୁ ମୋ ସମର୍ଥନ ଦେଉଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ କହିଛନ୍ତି ଯେ, ସୁଦୀପ କୌଣସି ରାଜନୈତିକ ଦଳରେ ସାମିଲ ନାହାନ୍ତି । ସେ ମୋତେ ତାଙ୍କ ସମର୍ଥନ ଦେବା ନେଇ ଘୋଷଣା କରିଛନ୍ତି । ମୋ ପାଇଁ ତାଙ୍କ ସମର୍ଥନର ଅର୍ଥ ହେଉଛି କି ସେ ବିଜେପି ଦଳକୁ ସମର୍ଥନ କରୁଛନ୍ତି ।