ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆଜି ପଟିୟାଲା ଜେଲରୁ ମୁକୁଳିଛନ୍ତି । ରୋଡ ରେଜ କେସରେ ସିଦ୍ଧୁଙ୍କୁ ୧ ବର୍ଷ ଜେଲ ହୋଇଥିଲା । କିନ୍ତୁ ଆଜି ସଜା ଶେଷ ହେବାର ୪୮ ଦିନ ପୂର୍ବରୁ ତାଙ୍କୁ ମୁକ୍ତ କରାଯାଇଛି । ଏହି ସମୟରେ ଜେଲ ବାହାରେ ତାଙ୍କ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଗତକାଲି ସିଦ୍ଧୁ ମୁକୁଳିବା ନେଇ ସୂଚନା ମିଳିଥିଲା । ଏଥିସହିତ ତାଙ୍କ ପତ୍ନୀ ନବଜୋତ କୌର ୨ଟି ଭାବବିହ୍ୱଳ ପୋଷ୍ଟ ମଧ୍ୟ କରିଥିଲେ ।
ଜେଲରୁ ମୁକୁଳିବା ପରେ ନବଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ, ଏବେ ଲୋକତନ୍ତ୍ର ନାମରେ କୌଣସି ଜିନିଷ ନାହିଁ । ପଞ୍ଜାବରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଅଳ୍ପସଂଖ୍ୟକଙ୍କୁ ଟାର୍ଗେଟ କରାଯାଉଛି । ପଞ୍ଜାବକୁ ଦୁର୍ବଳ କରିବାକୁ ଚେଷ୍ଟା କଲେ ନିଜେ ଦୁର୍ବଳ ହେଇଯିବେ ।