ନବରଙ୍ଗପୁର,ଏନ୍ଏନ୍ଏସ୍: ସ୍ଥାନୀୟ ସାଇ କେୟାର ଏଜୁକେସନ ସମ୍ମିଳନୀ କକ୍ଷରେ ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖା ତରଫରୁ ୮୮ତମ ଓଡ଼ିଶା ଦିବସ ପାଳିତ ହୋଇଯାଇଛି । ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖାର ବରିଷ୍ଠ ସଦସ୍ୟ ଅଶୋକ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ସମାଜସେବୀ ବିଜୟ କୁମାର ଚୌଧୁରୀ, ସଂଗଠକ ଗଣେଶ ଦାଶ, ଆକାଶବାଣୀ କଣ୍ଠଶିଳ୍ପୀ ସୁରେଶ ଚନ୍ଦ୍ର ମିଶ୍ର, ପି ରବିକାନ୍ତ ରଘୁରାମ, ମୋନରମା ମହାପାତ୍ର ଓ ପ୍ରଦୀପ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱତନ୍ତ୍ର ଅତିଥିଙ୍କ ମଧ୍ୟରେ ଜ୍ୟୋତିଷ ଶାସ୍ତ୍ର ପଣ୍ଡିତ ଶରତ ଚନ୍ଦ୍ର ତ୍ରିପାଠୀ, ପୁରପଲ୍ଲୀ ସଂସ୍କୃତି ଗବେଷକ ସୁରେନ୍ଦ୍ର ନାଥ ପଣ୍ଡା, ପ୍ରାକ୍ତନ ଏକାଡେମୀ ସଦସ୍ୟା ଜେନାମଣି ବିଷୋୟୀ, ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ଭାଗିରଥୀ ସ୍ମୃତି ସଂସଦ ରାମ ପ୍ରସାଦ ପାତ୍ର ଓ ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ପ୍ରଭଞ୍ଜନ ତ୍ରିପାଠୀ, ସ୍ୱର୍ଣଲତା ପଟ୍ଟନାୟକ, ଜାହ୍ନବୀ ପଣ୍ଡା, ବାସନ୍ତି ଜେନା, ବିଷ୍ଣୁପ୍ରିୟାକର ସୁଧା ପଟ୍ଟନାୟକ, ଅଧ୍ୟାପିକା ସ୍ୱପ୍ନା ମହାନ୍ତି, ସର୍ବେଶ୍ୱର ତ୍ରିପାଠୀ ଓ ସୁବତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଉତ୍କଳ ସମ୍ମିଳନୀର ଜିଲ୍ଲା ସଂପାଦକ ଦୁର୍ଗା ପ୍ରସାଦ ପାଢ଼ୀ କାର୍ଯ୍ୟକ୍ରମ ପୌରହିତ୍ୟ କରିଥିବାବେଳେ ରତିକାନ୍ତ ଦୁବେ ମଞ୍ଚ ପରିଚାଳନା କରିଥିଲେ ।