ନୂଆଦିଲ୍ଲୀ: ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ବାଲକର ହତ୍ୟା ମାମଲାର ଶୁଣାଣି ଆଜି ସାକେତ କୋର୍ଟରେ କରାଯାଇଛି । ଏହି ଅବସରରେ ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାୱାଲାଙ୍କ ଓକିଲ ତାଙ୍କ ମହକିଲ ସହ ଜେଲରେ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଉଥିବା ସମ୍ପର୍କରେ କୋର୍ଟ ସମ୍ମୁଖରେ କହିଥିଲେ । ଅଦାଲତରେ ହାଜର ହେବା ପୂର୍ବରୁ ସହକଏଦୀମାନେ ଅଫତାବଙ୍କୁ ପିଟାମାରା କରିଛନ୍ତି । ଏନେଇ ହାଜର ସମୟରେ ଅଫତାବଙ୍କ ସୁରକ୍ଷାକୁ ସୁନଶ୍ଚିତ କରିବାକୁ କୋର୍ଟ ଜେଲ କର୍ତ୍ତୃପକ୍ଷକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଆଗାମୀ ଶୁଣାଣୀ ଏପ୍ରିଲ ୩ ତାରିଖରେ ହେବ । ସେଦିନ ମାମଲାର ସଜା ସମ୍ବନ୍ଧରେ ନିଷ୍ପତ୍ତି ନେଇ ଯୁକ୍ତି ସରିବ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ, ଏହାପୂର୍ବରୁ ମାର୍ଚ୍ଚ ୨୫ରେ ମାମଲାର ଶୁଣାଣୀ ହୋଇଥିଲା । ଅଫତାବ ଉପରେ ଲାଗିଥିବା ଆରୋପ ଉପରେ ଜବାବ ଦେବାକୁ କୋର୍ଟ ତାଙ୍କ ଓକିଲକୁ ଶେଷ ସୁଯୋଗ ଦେଇଥିଲେ । ଅଫତାବ ୨୦୨୨ ମେ’ ମାସରେ ତାଙ୍କ ଲିଭଇନ ପାର୍ଟନର ଶ୍ରଦ୍ଧା ବାଲକରଙ୍କୁ ନୃଶଂସ ଭାବେ ହତ୍ୟା କରିବା ସହ ୩୫ ଖଣ୍ଡ କରି ବିଭିନ୍ନ ଜାଗାରେ ଫିଙ୍ଗିଥିଲେ ।