ସଇଁନ୍ତଲା,ଏନ୍ଏନ୍ଏସ୍: ସଇଁନ୍ତଲା ବ୍ଲକ କୁଇକେଡ଼ା ପଞ୍ଚାୟତ ରେଙ୍ଗାଲି ଗ୍ରାମ ବେଲଗାଁ ରାଜସ୍ୱ ବିଭାଗ ଅଧୀନରେ ଆସିବା ସତ୍ୱେ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରେଙ୍ଗାଲିର ଜନସାଧାରଣ ଜମି, ଜାତି ପ୍ରମାଣପତ୍ର ଓ ଆୟକର ପ୍ରମାଣ ପତ୍ର ଭଳି ଅନେକ କାମ ପାଇଁ ସେଠାରୁ ୨୦ କିମି ବେଲଗାଁକୁ ଯାଆନ୍ତି ଯଦ୍ୱାରା ଯାତାୟତ ପାଇଁ ଅନେକ ଅସୁବିଧା ହୋଇଥାଏ । ରେଙ୍ଗାଲିକୁ ଲାଗି ରହିଥିବା ସବୁ ଗାଁ ଗଣ୍ଡପତ୍ରାପାଲି ରାଜସ୍ୱ ବିଭାଗ ଅଧୀନରେ ଆସୁଥିବାବେଳେ କେବଳ ରେଙ୍ଗାଲି ବେଲଗାଁ ରାଜସ୍ୱ ବିଭାଗ ଅଧିନରେ ଆସୁଛି । ତେବେ ରେଙ୍ଗାଲିରୁ ଗଣ୍ଡପତ୍ରାପାଲି ୧କିମି ହୋଇଥିବାବେଳେ ରେଙ୍ଗାଲିକୁ ଗଣ୍ଡପତ୍ରାପାଲି ରାଜସ୍ୱ ବିଭାଗ ଅଧୀନରେ ସାମିଲ କରିବା ପାଇଁ ଯୁବନେତା ସାମୁଏଲ ନନ୍ଦଙ୍କ ନେତୃତ୍ୱରେ ଶତାଧିକ ଲୋକେ ଆଜି ସଇଁନ୍ତଲା ତହସିଲଦାର ମୁନସାଫିଲ କେରକେଟାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥିରେ କୁଇକେଡ଼ା ନାଏବ ସରପଞ୍ଚ ବନ୍ଦିତା ପଟେଲ, ସମିତି ସଭ୍ୟ ଚାନ୍ଦୁଲାଲ ଭୋଇ, ୱାର୍ଡ ସଭ୍ୟ କଜଳି ବିଶି, କମଳା ନାଗ, ଦୃପୋଦି ନନ୍ଦ, ସରୋଜିନୀ ମହାନନ୍ଦ, ମାନକି ହରପାଲ, କମଳା କୁମ୍ଭାର, ସମୀର ପଟେଲ ଓ ବନିତା ନନ୍ଦ ପ୍ରମୁଖ ସାମିଲ ଥିଲେ ।