କେସିଙ୍ଗା ଓକିଲ ସଂଘ ନିର୍ବାଚନ, ପ୍ରକାଶ ଦାସ ସଭାପତି ଓ ଆଲୋକ ଦାସ ସମ୍ପାଦକ

କେସିଙ୍ଗା,ଏନ୍‌ଏନ୍ ଏସ୍‌: ରାଜ୍ୟ ବାର କାଉନସିଲଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବାର ଆସୋସିଏସନର ନିର୍ବାଚନ ଶେଷ ହୋଇଯାଇଛି । ଏଥିରେ କ୍ରମାଗତ ଭାବେ ତୃତୀୟଥର ପାଇଁ ପ୍ରକାଶ କୁମାର ଦାସ କେସିଙ୍ଗା ବାର ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଆଲୋକ ଦାସ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାବେଳେ ଉପସଭାପତି ଭାବେ ସୌରଭ ରଶ୍ମିରଞ୍ଜନ ନନ୍ଦ, ସହସମ୍ପାଦକ ଭାବେ ନଳିନୀ ପ୍ରଭା ପାତ୍ର ଓ କୋଷାଧ୍ୟକ୍ଷ ଭାବେ ସୁକାନ୍ତ କୁମାର ପ୍ରଧାନ ନିର୍ବାଚିତ ହୋଇଛନ୍ତି । ଲକ୍ଷ୍ମୀକାନ୍ତ ମହଲା, ଯୁଗଳ କିଶୋର ଦୀପ, ଅକ୍ଷୟ କୁମାର ପାତ୍ର, ଆଶିଷ କୁମାର ବେହେରା ଓ ଶ୍ରୀଧର ସାହା ସର୍ବସମ୍ମତିକ୍ରମେ କାର୍ଯ୍ୟକାରୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଆଜିର ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ମନୋଜ କୁମାର ନାଗ ସୁରୁଖୁରୁରେ ତୁଲାଇଥିଲେ ।