କରୋନା ସମୟରେ ମୁକ୍ତ ହୋଇଥିବା ବିଚାରଧୀନ କଏଦୀ ୧୫ ଦିନରେ ଆତ୍ମସର୍ପଣ କରନ୍ତୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଜେଲରୁ ଭିଡ଼ କମାଇବା ପାଇଁ ସମସ୍ତ ଦୋଷୀ ଓ ବିଚାରଧୀନ କଏଦୀଙ୍କୁ ମୁକ୍ତ କରାଯାଇଥିଲା । କିନ୍ତୁ ୧୫ ଦିନ ମଧ୍ୟରେ ସମସ୍ତଙ୍କୁ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ଜଷ୍ଟିସ ଏମ୍ ଆର ଶାହ ଏବଂ ଜଷ୍ଟିସ ସୀ ଟୀ ରବିକୁମାରଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି । ଏଥିସହିତ ବିଚାରଧୀନ କଏଦୀ ଆତ୍ମସମର୍ପଣ ପରେ ଅଦାଲତଙ୍କଠାରେ ନିୟମିତ ଜାମିନର ଆବେଦନ କରିପାରିବେ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି ।