ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟର ଏକ ଅଦାଲତ ମାନହାନି ମାମଲାରେ ୨ ବର୍ଷ ସଜା ଶୁଣାଇବା ପରେ ଆଜି ସଂସଦ ସଦସ୍ୟତା ରଦ୍ଦ ହୋଇଛି । ଏନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ପ୍ରିୟଙ୍କା ଗାନ୍ଧୀ ସରକାରକୁ ଟାର୍ଗେଟ କରି ଟ୍ୱିଟ୍ କରିଛନ୍ତି ଯେ, ନୀରବ ମୋଦୀ ଘୋଟାଲା ୧୪ ହଜାର କୋଟି ଟଙ୍କା, ଲଲିତ ମୋଦୀ ଘୋଟାଲା ୪୨୫ କୋଟି ଟଙ୍କା, ମେହୁଲ ଚୋକସୀ ଘୋଟାଲା ୧୩ହଜାର ୫୦୦ କୋଟି ଟଙ୍କା । ଯେଉଁମାନେ ଦେଶର ଟଙ୍କା ଲୁଟିଛନ୍ତି ବିଜେପି କାହିଁକି ସେମାନଙ୍କୁ ବଞ୍ଚାଇବାରେ ଲାଗି ପଡ଼ିଛି । ଯାଞ୍ଚରୁ କାହିଁକି ଖସୁଛନ୍ତି? ଯେଉଁମାନେ ଏନେଇ ପ୍ରଶ୍ନ କରୁଛନ୍ତି ତାଙ୍କ ବିରୋଧରେ ମାମଲା ଦାୟର କରାଯାଉଛି । ବିଜେପି କ’ଣ ଭ୍ରଷ୍ଟାଚାରୀଙ୍କୁ ସମର୍ଥନ କରୁଛି?