ପରିନୀତିଙ୍କ ସହ ଭିଡିଓ ଭାଇରାଲ ହେବା ପରେ ମୁହଁ ଖୋଲିଲେ ରାଘବ

ଚଣ୍ଡିଗଡ଼: ପଞ୍ଜାବରୁ ଆପ୍ ସଂସଦ ରାଘବ ଚଢ଼ା ଓ ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରାଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଉକ୍ତ ଭିଡିଓରେ ଦୁହିଁଙ୍କୁ ସାଥୀରେ କଏଦ କରାଯାଇଛି । ପରିନୀତିଙ୍କ ସହ ରାଘବ ପ୍ରଥମେ ଡିନରରେ ଯାଇଥିଲେ ଏବଂ ଗତକାଲି ଦୁହେଁ ଲଞ୍ଚ ଡେଟରେ ଯାଇଥିବା ନେଇ ସୂଚନା ମିଳିଛି । ଏହି ସମୟରେ ଉଭୟ ଧଳା ରଙ୍ଗର ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି ।

ଏହି ସାକ୍ଷାତ ନେଇ ଗଣମାଧ୍ୟମ ରାଘବଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମୋତେ ରାଜନୀତି ପ୍ରଶ୍ନ ପଚାରନ୍ତୁ ପରିନୀତି ବିଷୟରେ ନୁହେଁ । ଅନ୍ୟପଟେ ପରିନୀତିଙ୍କ ଟିମକୁ ମଧ୍ୟ ଏନେଇ ପଚାରିବାରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ ।