ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ପରମପାଙ୍ଗାରେ ଏକ ସଡ଼କ ଦୁର୍ଘଟଣାରେ ୪ ଗାଈଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ୨ଜଣ ଯୁବକ ବାଲିଗୁଡ଼ାରୁ ମାସ୍କାପଦର ଯିବା ସମୟରେ ରାସ୍ତାରେ ଗାଈଗୁଡ଼ିକ ଶୋଇଥିଲ । ଅନ୍ଧାରରେ ଦେଖାନଯିବାରୁ ବାଇକ ୪ଟି ଗାଈ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୪ଟି ଗାଈଙ୍କ ମୃତ୍ୟୁ ଘଟିଥିବାବେଳେ ୨ ବାଇକ ଆରୋହୀ ଫିଙ୍ଗି ହୋଇ ପଡ଼ିଥିଲେ । ଏନେଇ ସ୍ଥାନୀୟ ଲୋକେ ଜାଣିବା ପରେ ଘଟଣାସ୍ଥଳକୁ ଯାଇ ୨ ଆହତଙ୍କୁ ଚିକତ୍ସା ନିମନ୍ତେ ଏକ ଅଟୋ କରି ବାଲିଗୁଡ଼ା ଚିକିତ୍ସାଳୟକୁ ପଠାଇଛନ୍ତି । ଆହତ ୨ଜଣଙ୍କ ମଧ୍ୟରୁ ରମାକାନ୍ତ ମାଝୀ ଗୁରୁତର ଥିବାବେଳେ ରମେଶ ମାଝୀ ସାମାନ୍ୟ ଆହତ ଥିବା ଜଣାପଡ଼ିଛି ।