ଖଜୁରୀପଡ଼ା,ଏନ୍ଏନ୍ଏସ୍: ଖଜୁରୀପଡ଼ାସ୍ଥିତ ଲ୍ୟାମ୍ପସେସରେ ଆଜି ସମବାୟ ବ୍ୟାଙ୍କିଂ ସେବା ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଲ୍ୟାମ୍ପସେସ ପରିଚାଳନା ନିର୍ଦ୍ଦେଶକ ସତ୍ୟ ନାରାୟଣ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ସମବାୟ ସମିତି ଉପନିବନ୍ଧକ ପାଣୁ ଚରଣ ସାହୁ, ଫୁଲବାଣୀ ସମବାୟ ବ୍ୟାଙ୍କ ପରିଚାଳକ କ୍ଷୀରୋଦ କୁମାର ମିଶ୍ର, ଯୋଗାଣ ଅଧିକାରୀ ପ୍ରିୟରଞ୍ଜନ ପ୍ରଧାନ ଓ କୃଷି ଅଧିକାରୀ ସୌମେନ୍ଦ୍ର କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଚାଷୀଙ୍କ ବିକାଶ ପାଇଁ ସରକାର ଦେଉଥିବା ବିଭିନ୍ନ ସାର, ବିହନ ଓ ଋଣ ପ୍ରଦାନ ଦିଗରେ ଆଲୋଚନା କରିଥିଲେ । ଲ୍ୟାମ୍ପସେସ ସଭାପତି ସୁଶୀଲ କୁମାର ଯାନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପସଭାନେତ୍ରୀ ତୁଳସୀ ମଲ୍ଲିକଙ୍କ ସହ ଲ୍ୟାମ୍ପସେସର ସମସ୍ତ ସଦସ୍ୟ, ଜିଲ୍ଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ, ସରପଞ୍ଚ ଭାଗ୍ୟବତୀ ଦେହୁରୀ, ସ୍ୱର୍ଣଲତା କହଁର, ପଦ୍ମିନୀ ମଲ୍ଲିକ ଓ ମନୋରଞ୍ଜନ ଯାନୀ ପ୍ରମୁଖ ଉପସ୍ଥିତ ରହି ଚାଷୀଙ୍କୁ ଉପଯୁକ୍ତ ସମୟରେ ସମସ୍ତ ସୁବିଧା ଯୋଗାଇବା ଦିଗରେ ଆଲୋଚନା କରିଥିଲେ । ଲ୍ୟାମ୍ପସେସ ତରଫରୁ ପ୍ରଭାକର ମଲ୍ଲିକ, ଚକ୍ରପାଣି ମୁଖୀ, ବାବୁଲା ବେହେରା, ଜ୍ଞାନ ପ୍ରକାଶ ପ୍ରଧାନ, ଅକ୍ଷୟ କୁମାର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଓ କାଜଲ ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।