ବିସିସିଆଇର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,ଏଜେନ୍ସି: ବିସିସିଆଇ ସଭାପତି ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ପୂର୍ବତନ ଟିମ ଇଣ୍ଡିଆର ଅଧିନାୟକ ସୌରଭ ଗାଙ୍ଗୁଲି(ଦାଦା)। ବିସିସିଆଇର ୩୯ ତମ ସଭାପତି ଭାବେ ୯ ମାସ ପାଇଁ ନେଲେ ଦାୟିତ୍ୱ। ଏ ନେଇ ବିସିସିଆଇ ପକ୍ଷରୁ ଆୟୋଜିତ ଏକ ସାଧାରଣ ବୈଠକରେ ନାମ ଘୋଷଣା ହୋଇଛି। ଦାଦାଙ୍କ ଏହି ଦାୟିତ୍ୱ ଗ୍ରହଣ ପରେ ସୁପ୍ରିମ କୋର୍ଟ ଦ୍ୱାରା ନିଯୁକ୍ତ ପ୍ରଶାସକ ସମିତିର ୩୩ମାସର ଶାସନ ଶେଷ ହେବ। ଏଥି ସହିତ ଭାରତର ବହୁ ପୂରାତନ କ୍ରିକେଟ ଖେଳାଳି ଏବଂ ଅଧିନାୟକ ସୌରଭ ଗାଙ୍ଗୁଲି ୩୯ତମ ବିସିସିଆଇ ସଭାପତିର ଦାୟିତ୍ୱ ଗ୍ରହଣ କରିଛନ୍ତି।

କ୍ରିକେଟ ଖେଳକୁ ସୁଦୃଢ଼ କରିବା ନେଇ ସୌରଭ ଗାଙ୍ଗୁଲିଙ୍କ ଟିମର ଉତ୍ତରାଖଣ୍ଡର ମହିମ ବର୍ମା ଉପସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ସମ୍ପାଦକ ଓ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ସିଂ ଦୁବଲ କୋଷାଧ୍ୟକ୍ଷ ଏବଂ କେରଳର ଜୈଶ ଜର୍ଜ ଯୁଗ୍ମ ସମ୍ପାଦକ ରହିଛନ୍ତି।