Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏଏଫ୍‌ସି ପ୍ରତିଯୋଗିତା ପାଇଁ ଭାରତକୁ ମିଳିଲା ୩ ସ୍ଲଟ୍‌ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏଏଫ୍‌ସି ପ୍ରତିଯୋଗିତା ପାଇଁ ଭାରତକୁ ମିଳିଲା ୩ ସ୍ଲଟ୍‌

ଚାମ୍ପିଅନ୍ସ ଲିଗ୍‌, ଏଏଫ୍‌ସି କପ୍‌ ଗ୍ରୁପ୍‌ ପର୍ଯ୍ୟାୟ ଓ ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରିବେ ଭାରତୀୟ କ୍ଲବ୍‌

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଫୁଟବଲ୍‌ କ୍ଲବ୍‌ମାନଙ୍କ ମଧ୍ୟରେ ଏଏଫ୍‌ସି (ଏସୀୟ ଫୁଟବଲ ମହାସଂଘ) ପ୍ରତିଯୋଗିତା ପାଇଁ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଆସନ୍ତା ଏପ୍ରିଲ୍‌ ୪ରୁ ମେ ୩ ତାରିଖ ମଧ୍ୟରେ ଖେଳାଯିବ। ଏଏଫ୍‌ସି ଦ୍ବାରା ଭାରତକୁ ୩ ପ୍ରତିଯୋଗିତା ପାଇଁ ସ୍ଲଟ୍‌ ଦିଆଯାଇଛି। ଚାମ୍ପିଅନ୍ସ ଲିଗ୍‌ ଗ୍ରୁପ୍‌ ପର୍ଯ୍ୟାୟ ପାଇଁ ପ୍ରଥମ ସ୍ଲଟ୍‌, ଏଏଫ୍‌ସି କପ୍‌ ଗ୍ରୁପ୍‌ ପର୍ଯ୍ୟାୟ ପାଇଁ ଦ୍ବିତୀୟ ସ୍ଲଟ୍‌ ଓ ଏଏଫ୍‌ସି କପ୍‌ ଯୋଗ୍ୟତା ପର୍ଯ୍ୟାୟ ପାଇଁ ତୃତୀୟ ସ୍ଲଟ୍‌ ଦିଆଯାଇଥିବା ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

୨୦୨୧-୨୨ ଆଇଏସ୍‌ଏଲ୍‌ର ବିଜେତା (ଜାମସେଦପୁର ଏଫ୍‌ସି) ଏବଂ ୨୦୨୨-୨୩ ସଂସ୍କରଣର ବିଜେତା (ମୁମ୍ବାଇ ସିଟି ଏଫ୍‌ସି) ମଧ୍ୟରେ ଏପ୍ରିଲ୍‌ ୪ ତାରିଖରେ ପ୍ରଥମ ମୁକାବିଲା ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ର ବିଜେତା ସୁପର କପ୍‌ରେ ପ୍ରତିଦ୍ବନ୍ଦ୍ବିତା କରିବ ଏବଂ ସୁପର କପ୍‌ର ବିଜେତା ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌ ୨୦୨୩-୨୪ ଗ୍ରୁପ୍‌ ପର୍ଯ୍ୟାୟରେ ସିଧାସଳଖ ସ୍ଥାନ ପାଇବ। ସେହିପରି ୨୦୨୧-୨୨ ଆଇ-ଲିଗ୍‌ ବିଜେତା (ଗୋକୁଲମ୍‌ କେରଳ ଏଫ୍‌ସି) ଓ ସୁପର କପ୍‌ ୨୦୨୩ର ବିଜେତା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ବିଜୟୀ ଦଳ ଏଏଫ୍‌ସି କପ୍‌ ଗ୍ରୁପ୍‌ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରି‌ବ। ଯଦି ଚଳିତ ବର୍ଷର ସୁପର କପ୍‌ ବିଜେତା ପ୍ରଥମ ସ୍ଲଟ୍‌କୁ ଯୋଗ୍ୟତା ଅର୍ଜନ କରିସାରିଥିବ, ତାହେଲେ ଗୋକୁଳମ୍‌ କେରଳ ଏଫ୍‌ସି ସ୍ବତଃ ଭାବେ ଏଏଫ୍‌ସି କପ୍‌ ୨୦୨୩-୨୪ ଗ୍ରୁପ୍‌ ପର୍ଯ୍ୟାୟ ପାଇଁ ଯୋଗ୍ୟ ବିବେଚିତ ହେବ। ଯଦି ଗୋକୁଳମ୍‌ କେରଳ ଏଫ୍‌ସି ସୁପର କପ୍‌ରେ ବିଜେତା ହୁଏ, ତାହେଲେ ଏହି ଦଳ ଏଫ୍‌ସି କପ୍‌ରେ ସିଧାସଳଖ ଖେଳିବାକୁ ଯୋଗ୍ୟତା ପାଇବ। ନଚେତ୍‌ ଯଦି ଦ୍ବିତୀୟ ସ୍ଲଟ୍‌ ପାଇଁ ଆବଶ୍ୟକ ପଡ଼େ ତାହେଲେ ଏପ୍ରିଲ୍‌ ୨୯ ତାରିଖରେ ଏଥିପାଇଁ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଖେଳାଯିବ।

ଅନ୍ୟପକ୍ଷରେ ଆଇଏସ୍‌ଏଲ୍‌ ୨୦୨୧-୨୨ ବିଜେତା (ହାଇଦ୍ରାବାଦ ଏଫ୍‌ସି) ଏବଂ ୨୦୨୨-୨୩ ସଂସ୍କରଣର ବିଜେତା (ବେଙ୍ଗାଲୁରୁ ଏଫ୍‌ସି/ଏଟିକେ ମୋହନ ବାଗାନ୍‌ ଏଫ୍‌ସି) ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ବିଜୟୀ ଦଳ ଏଏଫ୍‌ସି କପ୍‌ ପ୍ରାରମ୍ଭିକ (‌ଯୋଗ୍ୟତା) ପର୍ଯ୍ୟାୟ ସ୍ଲଟ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ। ଯଦି ହାଇଦ୍ରାବାଦ ଏଫ୍‌ସି ପୂର୍ବରୁ ଦ୍ବିତୀୟ ସ୍ଲଟ୍‌କୁ ଯୋଗ୍ୟତା ଅର୍ଜନ କରିସାରିଥିବ ତାହେଲେ ତୃତୀୟ ସ୍ଲଟ୍‌ ପାଇଁ ମ୍ୟାଚ୍‌ର ଆବଶ୍ୟକତା ପଡ଼ିବନି। ଫଳସ୍ବରୂପ ୨୦୨୨-୨୩ ଆଇଏସ୍‌ଏଲ୍‌ ସଂସ୍କରଣର ବିଜେତା ଏଏଫ୍‌ସି କପ୍‌ ପ୍ରାରମ୍ଭିକ ପର୍ଯ୍ୟାୟ ପାଇଁ ସ୍ବତଃ ଯୋଗ୍ୟତା ଅର୍ଜନ କରିପାରିବ। ସେହିପରି ଯଦି ଆଇଏସ୍‌ଏଲ୍‌ ୨୦୨୨-୨୩ର ବିଜେତା ଦ୍ବିତୀୟ ସ୍ଲଟ୍‌ ପାଇଁ ଯୋଗ୍ୟତା ଅଜର୍ନ କରିସାରିଥିବ, ତାହେଲେ ହାଇଦ୍ରାବାଦ୍‌ ଏଫ୍‌ସି ସ୍ବତଃ ଭାବେ ଏଏଫ୍‌ସି କପ୍‌ ପ୍ରାରମ୍ଭିକ ପର୍ଯ୍ୟାୟରେ ଖେଳିବାକୁ ସୁଯୋଗ ପାଇବ। ଏସବୁ ବାଦ୍‌ ଯଦି ତୃତୀୟ ସ୍ଲଟ୍‌ ପାଇଁ ମ୍ୟାଚ୍‌ ଖେଳାଯିବା ଆବଶ୍ୟକ ପଡ଼େ ତାହେଲେ ମେ ୩ କିମ୍ବା ଏଆଇଏଫ୍ଏଫ୍‌ ଦ୍ବାରା ଏକ ତାରିଖ ଧାର୍ଯ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି।